ହେଡଲାଇନସ୍:

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନବିଭାଗର ପାଠଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ମହାବିଦ୍ୟାଳୟ ର ଅଧକ୍ଷ ଗିରିଧର ନାୟକ ଙ୍କ ଅଧକ୍ଷତl ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କେ ଏସ ୟୁ ବି ମହାବିଦ୍ୟାଳୟ ର ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ମୁଖ୍ୟବକ୍ତା ରୂପେ ଘୁ ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦୁତିକୃଷ୍ଣ ଖଣ୍ଡୁଆଳ, ସଂମାନ୍ନୀତ ଅତିଥି ରୂପେ ପ୍ରଶାସନିକ ଅଧିକାରୀ ଡା ରବିନାରାୟଣ ପାତ୍ର, ପଦାର୍ଥ ବିଜ୍ଞାନ ପ୍ରଦର୍ଶକ ସଞ୍ଜୟ କୁମାର ପଣ୍ଡା, ବିଜ୍ଞାନଗାର ସହାୟକ ଶ୍ରୀନିବାସ ତ୍ରିପାଠୀ ଯୋଗଦେଇଥିଲେ l ଜାତୀୟ ବିଜ୍ଞାନ ଦିବସ ଅବସରରେ ଥୋରୀୟମ ଭବିଷ୍ୟତ ଶକ୍ତିର ଉତ୍ସ ଉପରେ ଏକ ପାଠଚକ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭବିଷ୍ୟତରେ ଶକ୍ତି ଚାହିଦା ପୂରଣ କରିବା ପାଇଁ ସମୁନ୍ଦ୍ର ବଲିରୁ ମୋନା୍ୟାଇଟ ଏବଂ ସେଥିରୁ ଥୋରୀୟମ ବାହାର କରି ବୈଦୁତିକ ଚାହିଦା ମେଣ୍ଟାଇବାପାଇଁ ଜୋର ଦେଇଥିଲେ l ୨୦୭୦ ମସିହା ସୁଦ୍ଧା ଭାରତର ଅଙ୍ଗାରକ ନିଷ୍କାସନ ବନ୍ଦ କରିବା ପାଇଁ ଯେଉଁ ପ୍ରତିବନ୍ଧତା ରହିବ ତାହା ପାଇଁ ଏହା ଏକ ପ୍ରୟାସ l ଉକ୍ତ କାଯ୍ୟକ୍ରମ ରେ ରୂପlରାଣୀ ସ୍ୱାଇଁ ସନ୍ଧର୍ଭ ପାଠ କରିଥିଲେ ଓ କାଜଲ ସ୍ୱାଇଁ ବିଭାଗୀୟ ବିବରଣୀ ପାଠ କରିଥିଲେ l ଏହି କାଯ୍ୟକ୍ରମ ରେ
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

0
0
0
s2sdefault