ହେଡଲାଇନସ୍:

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା, ବୁଲେଟ୍ ଚାଳକ ମୃତ, ଅନ୍ୟ ୩ ଗୁରୁତର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡ଼ା ହାଡ଼ ରାସ୍ତାରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ବୁଲେଟ୍ ଚାଳକ ତଥା ନିକଟସ୍ଥ ସିଦ୍ଧେଶ୍ୱର ଗ୍ରାମର ଗଣେଶ ରେଡି ପ୍ରାଣ ହରାଇଥିବା ବେଳେ ଆରୋହୀ ଚେରୁ ରେଡ଼ି, ସ୍କୁଟି ଚାଳକ ଓ ଆରୋହୀ ରାଜା ପ୍ରଧାନ ଓ ଆଦର୍ଶ ଦଳେଇ ଗୁରୁତର ଆହତ ହୋଇ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଗଣେଶ ଚେରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ସ୍କୁଟି ଚାଳକ ଓ ଆରୋହୀ ଭୁଷୁଣ୍ଡା ଗ୍ରାମକୁ ଫେରୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଉଭୟଙ୍କ ଗାଡ଼ି ଜବତ କରିବା ସହ ମୃତ ଗଣେଶ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ନଂ ୭୦/୨୬ ଅନୁଯାୟୀ ମକଦ୍ଦମା ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault