ରାୟଗଡ଼ ତା 27.2.2026: ଜିଲ୍ଲାକୁ ନିଶାମୁକ୍ତ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ଙ୍କ ସହଯୋଗରେ ଜିଲ୍ଲାର ପାଞ୍ଚଗୋଟି ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ସଦର ମହକୁମାସ୍ଥିତ ଇନ୍ଦିରା ନଗର, ଶାସ୍ତ୍ରୀ ନଗର, ଫରେଷ୍ଟ କଲୋନୀ, ରେଭେନ୍ୟୁ କଲୋନୀ ଓ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା | ସମାଜରେ ନିଶା ସେବନ ଓ ମାଦକ ଦ୍ରବ୍ଯର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି, ଏଥିପାଇଁ ହତ୍ୟା, ନାରୀ ନିର୍ଯାତନା, ଚୋରି ଆଦି ବଢିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭିର ହେବାରେ ଲାଗିଛି | ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ବିଦ୍ୟାଳୟ ସ୍ତରରେ ଶିଶୁଙ୍କୁ ନିଶା ଓ ମାଦକ ଦ୍ରବ୍ଯ ସେବନର କୁପରିଣାମ ଓ ଅପକାରିତା ବିଷୟରେ ଅବଗତ କରାଇବା ସହିତ ଯୁବବର୍ଗଙ୍କୁ ଏଥିରୁ ଦୁରେଇ ରଖିବା ନିମନ୍ତେ ସଚେତନ କରାଇବା ଏହାର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି | କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପରିଚାଳନା କରିଥିଲେ | ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସହଯୋଗ କରିଥିଲେ |
ରାଜ୍ୟ
ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ
- Hits: 7








