ହେଡଲାଇନସ୍:

ଯଜ୍ଞ ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କଲେ ସୋରଡା ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଅଖଣ୍ଡ ନାମ ଯଜ୍ଞ ଚାଲିଥିବା ବେଳେ ସୋରଡା ବିଧାୟକ ନୀଳମଣି ବିଷୋୟୀ ବିଭିନ୍ନ ଯଜ୍ଞ ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି I ସୂଚନା ଥାଉକି ବେଲଗୁଣ୍ଠା ବ୍ଳକ୍ ର ପଥରାପଲ୍ଲୀ ଗ୍ରାମରେ ମାଆ ସନ୍ତୋଷୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ୨୧ ତମ ଚବିଶି ପ୍ରହରୀ ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଚାଲିଥିବା ବେଳେ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ, ଘୃତ ଯଜ୍ଞ ଏବଂ ଗୋ ଯଜ୍ଞ ଚାଲିଛି I ଏହି କାର୍ଯ୍ୟକ୍ରମରେ ଗୁରୁବାର ସନ୍ଧ୍ୟାରେ ସୋରଡା ବିଧାୟକ ନୀଳମଣି ଯୋଗ ଦେଇଥିବା ବେଳେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, ମଣ୍ଡଳ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ପୂର୍ବତନ ସମିତିସଭ୍ୟ କଂଗ୍ରେସ୍ ରାଉତ, ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ବ୍ଳକ୍ ର ବିରିପୁର ଠାରେ ଶ୍ରୀ ଶ୍ରୀ ଶ୍ରୀ ବିନାୟକ ମନ୍ଦିର ନୁତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଚାଲିଛି I ଏହି ଯଜ୍ଞ ମଣ୍ଡପରେ ମଧ୍ୟ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବିଭୂ କୃପା ଭିକ୍ଷା କରିଛନ୍ତି I ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ବିଧାୟକ ପ୍ରତିନିଧି ଶ୍ରୀ ନାୟକ, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ସନ୍ତୋଷ ମଲ୍ଲ, ରାଧାସ୍ୱାମୀ ରାଜୁ, କୁନା ପରିଡା, ସରୋଜ ସ୍ୱାଇଁ, ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I ବିଭିନ୍ନ ଗ୍ରାମରେ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଗିନି ମୃଦଙ୍ଗ ବଜାଇ ଗ୍ରାମବାସୀ ପାଛୋଟି ନେବା ସହିତ ଚନ୍ଦନ ଟୋପା ଏବଂ ଉତ୍ତରୀୟ ପ୍ରଦାନ କରି ଗ୍ରାମକୁ ସ୍ୱାଗତ କରିଥିଲେ I

0
0
0
s2sdefault