ହେଡଲାଇନସ୍:

ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ : ସିଦ୍ଧାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ସଡ଼କ ସୁରକ୍ଷା ସଚେତନଧର୍ମୀ ଭିଡିଓ 'ସମୟ' ଉନ୍ମୋଚିତ

  • ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମିଡିଆ ଫେଷ୍ଟ ଉଦଯାପିତ


ଭୁବନେଶ୍ୱର : ଏବେ ଓଡ଼ିଆ ଭାଷାରେ ବହୁତ ବିସଂଗତି ରହୁଛି। ମାତ୍ର ଗଣମାଧ୍ୟମରେ ଶୁଦ୍ଧ ଭାଷା ରହିବା ଦରକାର। ତେଣୁ ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ ବୋଲି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।
ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମିଡିଆ ଫେଷ୍ଟ ମିଡ଼ିଆ ଅନ୍ତରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଦ୍ଧାନ୍ତ କହିଥିଲେ, ଜଲ୍ଦି ମୋତେ ବହୁତ ଜିନିଷ ଦରକାର ଚକରରେ ଆଜିକାଲି ବହୁତ ଦୁର୍ଘଟଣା ହେଉଛି। ସେହିପରି କେତେ ଜଲ୍ଦି କିଏ ଚେନାଲରେ ଦେଖାଇ ପାରିବ, ସେ ନେଇ ମଧ୍ୟ ପ୍ରତିଯୋଗିତା ଚାଲିଛି। ତେବେ ଗଣମାଧ୍ୟମ ଯାହା ଦେଖାଇବ, ତାହାକୁ ଲୋକ ବିଶ୍ୱାସ କରନ୍ତି। ତେଣୁ କିଛି ଦେଖାଇବା ଆଗରୁ ତାହାକୁ ଯାଞ୍ଚ କରିବା ଆବଶ୍ୟକ ବୋଲି ସିଦ୍ଧାନ୍ତ ପରାମର୍ଶ ଦେଇଛନ୍ତି। ତେବେ ବଡ଼ ପାଟି କରି ମିରର ଆଗରେ କହି କହି ମୋର ଅଭିନୟ ଭଲ ହୋଇଛି ବୋଲି ସେ କହିଥିଲେ। ତାଙ୍କର ଫେସବୁକରେ ଏକ ଫେକ ଆକାଉଣ୍ଟ ଅଛି, ହେଲେ ତାହା ଠିକ ବୋଲି କୁହାଗଲା ବୋଲି କହି ସେ ଖୋଭ ପ୍ରକାଶ କରିଥିଲେ। ପରେ ତାଙ୍କୁ ନିଜେ ସିଦ୍ଧାନ୍ତ ମହାପାତ୍ର ବୋଲି ପ୍ରମାଣ ଦେବାକୁ ପଡିଲା ବୋଲି ଆଶ୍ଚର୍ଯ୍ୟଚକିତ ହୋଇ କହିଥିଲେ। ସମସ୍ତଙ୍କର ସାମାଜିକ ଦାୟିତ୍ୱବୋଧ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସେହିପରି ପ୍ରତି ଦୁର୍ଘଟଣା ପଛରେ କିଛି କାହାଣୀ, ସେସବୁ ପ୍ରତିକାର କରିବାକୁ ହେବ ବୋଲି କହିଥିଲେ।
ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜକ ଏବଂ ବିଭାଗର ମୁଖ୍ୟ ଡକ୍ଟର ଅମ୍ବିକା ଶଙ୍କର ମିଶ୍ର ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଦୈନିକ ଖବର କାଗଜ 'ସକାଳ'ର ପ୍ରକାଶକ ଅମିତ ମଲ୍ଲିକ ଗଣମାଧ୍ୟମରେ ନୂଆ ବୈଷୟିକ ଜ୍ଞାନ କୌଶଳ ବିନିଯୋଗ ବାବଦରେ କହିଥିଲେ। ଟିଆରପି ପଛରେ ନ ଧାଇଁ ସତ୍ୟ ଖବର ପଛରେ ଯିବାକୁ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର ଚଣ୍ଡି ଚରଣ ରଥ କହିଥିଲେ, ସମୟ ଆସିବ ଆମେ ଅମ୍ଳଜାନ ପାଉଚ ଧରି ଘରୁ ବାହାରିବା। ଅତିଥିଙ୍କୁ ଅଧା ଗ୍ଲାସ ପାଣି ଦେବାକୁ ପରାମର୍ଶ ଦେଇଥିଲେ। କୌଣସି ବିଶ୍ୱବିଦ୍ୟାଳୟ ଏଭଳି ମିଡ଼ିଆ ଫେଷ୍ଟ କରିବା ବିରଳ। ଏହାର ନିର୍ଯାସ ଯୋଗାପଯୋଗୀ ହେବ।ଏହି ଭଳି ମହାନ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିଥିବାରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗକୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଗିରିଜା ମେମୋରିଆଲ ରୋଡ଼ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ସଚେତନଧର୍ମୀ ଭିଡିଓ 'ସମୟ' ଉନ୍ମୋଚିତ ହୋଇଥିଲା। ଟ୍ରଷ୍ଟ ଅଧକ୍ଷା ଅଧ୍ୟାପିକା ଅମୀୟବାଳା ପରିଡ଼ା ସଡ଼କ ସୁରକ୍ଷା ସମ୍ପର୍କରେ କହିଥିଲେ। ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା ଅମୀୟବାଳା, ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଛାୟତ, ଦେବାଶିଷ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀ ଚିନ୍ମୟୀ ଜେନାଙ୍କ ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault