ହେଡଲାଇନସ୍:

ପୁରୀରେ ସମନ୍ୱିତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ମାଟିରେ ଲୁଣି ଅଂଶ ହ୍ରାସକରିବା ନିମନ୍ତେ ସମନ୍ୱିତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଉପରେ ହମାରା ବଚ୍‌ପନ ଟ୍ରଷ୍ଟ ଦ୍ୱାରା ପୁରୀସ୍ତିତ ସିଡିଏଓ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗଗୁଡିକର ବରିଷ୍ଠ ଅଧିକାରୀବୃନ୍ଦ, ବୈଷୟିକବିତ୍‌ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଗୋପ ବ୍ଲକ୍‌ର ବନଖଣ୍ଡି ଓ ସିମିଳି ଗ୍ରାମପଞ୍ଚାୟତର ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଚନ୍ଦ୍ରମୋହନ ଚାନ୍ଦ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସହିତ ଡ.ସାର୍ଥକ ପଟ୍ଟନାୟକ (କେଭିକେ, ଆଗ୍ରୋନୋମି), ସୁଶ୍ରୀ ଜି.ଶ୍ୱେତା (ଏଡିଏ, ସଏଲ କେମିଷ୍ଟ), ସୁଶ୍ରୀ ଭାରତୀ ମଲ୍ଲ (ଏଏଓ), ସୁଶ୍ରୀ ଜୟଲକ୍ଷ୍ମୀ ସାହୁ (ବିଏଓ, ଗୋପ ବ୍ଲକ) ଏବଂ ଶ୍ରୀ ରାଧାକାନ୍ତ ମିଶ୍ର (ମୃତ୍ତିକା ସଂରକ୍ଷଣ ଅଧିକାରୀ, ଗୋପ) ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ଏଥିସହିତ ଏମଏସ୍‌ଟିଏଲ, ଏସ୍‌ଟିଏଲ ଏବଂ ଜିଲ୍ଲା କୃଷି କାର୍ଯ୍ୟାଳୟର ଅଧିକାରୀମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
‘ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ସାଇନ୍ସର ସ୍ଥାନୀୟକରଣ’ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ କ୍ଲାଇମେଟ ଚେଞ୍ଜ ଆଡାପ୍‌ଟେସନ) ପ୍ରକଳ୍ପ ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିବାବେଳେ ତାହା କ୍ଲାଇମେଟ୍‌ ସ୍ମାର୍ଟ ଭିଲେଜ୍‌ ଆଭିମୁଖ୍ୟ ଅଧୀନରେ ୟୁଏନ୍‌ଡିପି ଇଣ୍ଡିଆ ସହିତ ସହଭାଗୀତାରେ ରୂପାୟନ କରାଯାଇଥିଲା । ଜିଆଇଏସ୍‌ ସଏଲ ଟାଇପୋଲୋଜି, ରିମୋଟ ସେନ୍‌ସିଂ ଆନାଲିସିସ୍‌ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତଥ୍ୟ ଆଧାରରେ ବୈଷୟିକ ଉପସ୍ଥାପନାଗୁଡିକ ଗୋପ ବ୍ଲକରେ ଜଟିଳ ମୃତ୍ତିକା ସ୍ୱାସ୍ଥ୍ୟ ଅବସ୍ଥା ବିଷୟ ସର୍ବସମ୍ମୁଖକୁ ଆଣିଥିଲା ।
ଆଲୋକପାତ କରାଯାଇଥିବା ମୁଖ୍ୟ ପ୍ରସଙ୍ଗଗୁଡିକ:
- ମୃତ୍ତିକା ଜୈବିକ କାର୍ବନ ସ୍ତର ୦.୩୧- ୦.୩୬% ଭଳି ନିମ୍ନସ୍ତରରେ ରହିଛି
- ବ୍ୟାପକ ଯବକ୍ଷାରଜାନ ନିଅଣ୍ଟ
- ଅତିରିକ୍ତ ବୋରନ୍‌ ଓ ଜିଙ୍କ୍‌ ଅଣୁପୋଷକ ତାରତମ୍ୟ
- ଦୀର୍ଘକାଳ ଧରି ରାସାୟନିକ ସାର ବ୍ୟବହାର କାରଣରୁ ପୋଷକରେ ଅସନ୍ତୁଳନ
- ଖାଲୁଆ ଡେଲ୍‌ଟା ଅଞ୍ଚଳରେ ଲୁଣି ଅଂଶ ଜନିତ ଆପଦ ବୃଦ୍ଧି
ବିଶାରଦମାନେ ଜୋର୍‌ଦେଇ କହିଥିଲେ ଯେ, ଜୈବିକ କାର୍ବନ ପରିମାଣ ହ୍ରାସ ଏବଂ ନିମ୍ନମାନର ଜଳ ନିଷ୍କାସନ ବ୍ୟବସ୍ଥା କାରଣରୁ ମୃତ୍ତିକାରେ ଅଧୋପତନ ତ୍ୱରାନ୍ୱିତ ହେଉଛି ଏବଂ ଜଳବାୟୁରେ ବୈଷମ୍ୟ ଦ୍ୱାରା ଆପଦ ବୃଦ୍ଧିପାଉଛି ।
କର୍ମଶାଳାରେ ଯୋଗଦେଇଥିବା କୃଷକମାନେ କମ୍ପୋଷ୍ଟ ଏବଂ ଏଫ୍‌ୱାଇଏମ୍‌ ପ୍ରୟୋଗ, ପୋଖରୀର ପଙ୍କ ବ୍ୟବହାର, ଗ୍ରୀଷ୍ମକାଳରେ ହଳ କରିବା ଏବଂ ଧାନ-ଡାଲି ଅଦଳ ବଦଳ ଭିତ୍ତିରେ ଚାଷ କରାଯିବା ଭଳି ପାରମ୍ପରିକ କୃଷି ଅଭ୍ୟାସଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଭଳି କାର୍ଯ୍ୟାଭ୍ୟାସ ସଫଳ ପୁନଃସୃଷ୍ଟିକାରୀ ପଦକ୍ଷେପସମୂହ ଭାବରେ ବିବେଚିତ ହୋଇଥିଲା ଯାହା ବିଜ୍ଞାନସମ୍ମତ ମୃତ୍ତିକା ପରିଚାଳନା ଆଭିମୁଖ୍ୟଗୁଡିକ ସହିତ ପରିପୂରକ ଅଟେ ।
କର୍ମଶାଳାର ଏକ ମୁଖ୍ୟ ନିଷ୍କର୍ସ ଥିଲା କୃଷି ବିଭାଗର ସମ୍ମିଳିତ ସମର୍ଥନ ସହିତ ମୃତ୍ତିକା ସଂରକ୍ଷଣ ବିଭାଗର ବୈଷୟିକ ତଦାରଖ ଅଧୀନରେ ଏକ ପର୍ଯ୍ୟାୟକ୍ରମିକ ୧-୨-୫ ବର୍ଷିଆ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଯୋଜନାକୁ ଆପଣେଇବା । ଏଥିପାଇଁ ପ୍ରସ୍ତୁତ ନକ୍ସା ମଧ୍ୟରେ ତୁରନ୍ତ ପୋଷକରେ ସଂଶୋଧନ ଆଣିବା ସହିତ ଜୈବିକ କାର୍ବନ ପରିମାଣରେ ବୃଦ୍ଧି ଘଟାଇବା, ମଧ୍ୟମସୂତ୍ରୀ ଆକାରରେ ମୃତ୍ତିକା ସଂରଚନାରେ ସ୍ଥିରତା ଏବଂ ଦୀର୍ଘସୂତ୍ରୀ ଭୂମି ସ୍ତରରେ ସଂରକ୍ଷଣ ତଥା ବଳଜାୟୁ ସହନଶୀଳ ପ୍ରୟାସସମୂହ କାର୍ଯ୍ୟକାରୀ କରିବା ଆଦି ଅନ୍ତର୍ଭୁକ୍ତ ।

0
0
0
s2sdefault