ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବ୍ରହ୍ମପୁର ସମେତ ସମସ୍ତ ତାଲୁକ ଆଇନ ସେବା କମିଟି ସ୍ତରରେ ଆସନ୍ତା ତା-୧୪.୦୩.୨୦୨୬ରିଖ (ଶନିବାର) ଦିନ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତକୁ ଜାତୀୟ ଆଇନ ସେବା ପ୍ରାଧିକରଣ(ଦିଲ୍ଲୀ) ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶାନୁସାରେ ଆୟୋଜନ କରାଯାଉଛି। ଏହି ଜାତୀୟ ଲୋକ ଅଦାଲତରେ ଦାଖଲ ହୋଇଥିବା ଓ ପ୍ରି-ଲିଟିଗେସନ୍ ମାମଲାମାନଙ୍କୁ ସମ୍ମତିଭିତ୍ତିକ ଭାବରେ ସମାଧାନ କରାଯିବ। ବିଦ୍ୟୁତ ବିଲ୍, ବ୍ୟାଙ୍କ ଋଣ ଆଦାୟ, ମୋଟର ଦୁର୍ଘଟଣା ଦାବି ମାମଲା, ବୈବାହିକ ବିବାଦ, ଚେକ୍ ବାଉନ୍ସ ମାମଲା, ଶ୍ରମ ବିବାଦ, ରାଜସ୍ୱ ମାମଲା ସହିତ ବିଭିନ୍ନ ପ୍ରକାରର ସମ୍ମତିଯୋଗ୍ୟ ମାମଲାମାନଙ୍କୁ ଶୀଘ୍ର,ସହଜ ଓ ନିଶୁଳ୍କ ଭାବେ ନିର୍ଣ୍ଣୟ କରାଯିବ। ଲୋକ ଅଦାଲତରେ ମାମଲା ନିର୍ଣ୍ଣୟ ହେଲେ ଆପିଲ୍ ଶୁଳ୍କ ନାହିଁ ଓ କୋର୍ଟ ଫି ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ସମୟ ଓ ଧନର ସଞ୍ଚୟ ସହିତ ଦୁଇପକ୍ଷଙ୍କ ସମ୍ମତିରେ ବିବାଦର ସମାଧାନ ସମ୍ଭବ ହୁଏ। ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଯେକୌଣସି ଚାଲୁଥିବା କିମ୍ବା ପ୍ରି-ଲିଟିଗେସନ୍ ମାମଲାକୁ ଜାତୀୟ ଲୋକ ଆଦାଲତରେ ରଖି ସମାଧାନ କରିବା ପାଇଁ ସମ୍ବନ୍ଧିତ ଅଦାଲତ କିମ୍ବା ଡିଏଲଏସଏ/ଟିଏଲଏସସି କାର୍ଯ୍ୟାଳୟ ସହିତ ସମ୍ପର୍କ କରନ୍ତୁ।
ରାଜ୍ୟ
ମାର୍ଚ୍ଚ ୧୪ ରେ ବ୍ରହ୍ମପୁର ରେ ଜାତୀୟ ଲୋକ ଅଦାଲତ
- Hits: 23








