ରାଜଗାଙ୍ଗପୁର,୨୫-୦୨-୨୬. ରାଜଗାଙ୍ଗପୁର ସିମେଣ୍ଟ କାରଖାନା ଚୂନ ପଥର ଖଣି ସମ୍ପ୍ରସାରଣ କରିବା ପାଇଁ ଗତ ଡିସେମ୍ବର ମାସରେ ଲାଞ୍ଜିବେଣାରେ ଅଧିଗ୍ରହଣ କରିଥିବା ଜମିକୁ କେନ୍ଦ୍ରକରି ଆଜି ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ମାସ ପରେ ଆଜି ସକାଳେ ୧୦ ପ୍ଲାଟୁନ ପୁଲିସ ବଳ ଧରି କାରଖାନା ପକ୍ଷରୁ ଅଗ୍ରହଣ ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା। ଅଧୂଗୃହିତ ଜମିରେ ରାସ୍ତା ତିଆରି ଆରମ୍ଭ ହୋଇଥିଲା। ଏହା ପ୍ରଚାର ହେବା ମାତ୍ରେ ଶହ ଶହ ଗ୍ରାମବାସୀ ସେଠାକୁ ମାଡ଼ି ଆସିଥିଲେ। ସେମାନେ ପୂର୍ବରୁ ଏହି ଜମି ଅଧିଗ୍ରହଣକୁ ବିରୋଧ କରିଥିବା ବେଳେ ଏବେ ସେଠାରେ ରାସ୍ତା
କାମକୁ ମଧ୍ୟ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ହାଇକୋର୍ଟରେ ଏହି ଜମି ଅଧିଗ୍ରହଣ ମାମଲା ବିଚାରାଧୀନ ଥିବା ବେଳେ ବିବାଦୀୟ ଜମି ଉପରେ ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ। ଏହାକୁ ନେଇ ପ୍ରଶାସନ ଓ ବିରୋଧକାରୀମାନେ ମୁହାଁମୁହିଁ ହୋଇଥିଲେ।
ଏହି ଘଟଣାରେ ଏକାଧିକ ବିରୋଧୀଙ୍କୁ ପୁଲିସ ଅଟକ ରଖୁଛି। ଏହି ଘଟଣା ସଂକ୍ରାନ୍ତରେ କମ୍ପାନୀର ପ୍ରତିକ୍ରିୟା ମିଳିନାହିଁ ।








