ଭୁବନେଶ୍ୱର, ଫେବୃୟାରୀ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧିନସ୍ଥ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରକଲ୍ଚରାଲ୍ ସାଇନ୍ସେସ୍ ର ସାମାଜିକ ଓ ସାଂସ୍କୃତିକ ଶାଖା କ୍ରିଏଟିଭୋ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ୨୦୨୬ ପାଳିତ ହୋଇଯାଇଛି । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ମାତୃଭାଷା ଗୋଟିଏ ଜାତିର ଉନ୍ନତିର ଭିତିଭୂମି ବୋଲି କହିଥିଲେ ।
ଏହି ଅବସରରେ ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ କ୍ରିଆଟିଭୋ ଉପଦେଷ୍ଟା ପ୍ରଫେସର ବିବୁଧ ପରାଶର, ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଏବଂ ବରିଷ୍ଠ ପ୍ରଫେସର ଡକ୍ଟର ସରୋଜ କୁମାର ମହାନ୍ତି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଓଡ଼ିଆ କବିତା ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାତୃଭାଷା ଦିବସ ପାଳନର ସଂଯୋଜକ ଡକ୍ଟର ସୁବ୍ରତ ସେନାପତି କବିତା ଆବୃତି ଅଧିବେଶନ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡକ୍ଟର ନନ୍ଦିତା ଜେନା ଓ ଡକ୍ଟର ଅମ୍ବରିଶ ମଙ୍ଗରାଜ ବିଚାରକ ଭାବେ ଯୋଗ ଦେଇଥିଲେ ।
ଏହି କବିତା ଆସରରେ ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ଡକ୍ଟର କୁମାର ସମ୍ଭବ ଗିରି, ଡକ୍ଟର ସୁବ୍ରତ ସେନାପତି, ଅଦିତି ରଥ, ଆଶିଷ ପ୍ରତୀକ, ଅର୍ପିତା ସେନାପତି, ଆଦିତ୍ୟ ମହାପାତ୍ର, ଅଶୋକା ପାଣିଗ୍ରାହୀ, ସୋମ୍ୟାଶ୍ରୀ ମିଶ୍ର, ବର୍ଷାରାଣି ଓଝା ପ୍ରମୁଖ କବିତା ଆବୃତି କରିଥିଲେ । ଶେଷରେ ଡକ୍ଟର ବିଦ୍ୱାନ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ରାଜୀବ କୁମାର ବେହେରା, ଡକ୍ଟର ଏସ୍.ପି ମୋନାଲିସା, ଡକ୍ଟର ରାମକୃଷ୍ଣ ବସ୍ତିଆ, ଡକ୍ଟର ଦୀପାଲି ଦାଶା ଓ ବିଶ୍ୱଜିତ ମିଶ୍ର ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।








