ଜଗତସିଂହପୁର:୨୨.୨.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଚଷାପଡା ପଂଚାୟତସ୍ଥ ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଶ୍ରୀଗୋପୀନାଥ ଦାତବ୍ଯ ଟ୍ରଷ୍ଟର ଅଧ୍ଯକ୍ଷ ଡ ବଟ କିଶୋର ରାୟଙ୍କ ଏଥିରେ ସଭାପତିତ୍ବ କରିଥିଲେ । ଧାରାବାହିକ ପ୍ରବକ୍ତା ବ୍ରହ୍ମଚାରୀ ସତ୍ଯାନନ୍ଦ ଦାସ ମହାରାଜ ଶ୍ରୀମଦ୍ ଭାଗବତ ଉପରେ ବକ୍ତବ୍ଯ ରଖି କହିଲେ ଯେ ଗୀତା ଓ ଭାଗବତ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଚନିକ ବିଗ୍ରହ। ପରମ ଶାସ୍ତ୍ର ଭାଗବତକୁ ନିତ୍ଯ ପାଠ ଓ ଶ୍ରବଣ କଲେ ମନୁଷ୍ଯ ମୋକ୍ଷ ପଥର ଯାତ୍ରୀ ହେବ। ସତସଂଗ ଶେଷରେ ବାବା ସତ୍ଯାନନ୍ଦଙ୍କୁ ମହାପ୍ରଭୁଙ୍କ ଅଂଗଲାଗି ବସ୍ତ୍ର, ପୁଷ୍ପମାଲ୍ଯ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଉଦଯାପନୀ ଦିବସର ପୂର୍ବାହ୍ନରେ ଗୋପୀନାଥ ଜୀଉଙ୍କ ଚଳନ୍ତି ବିଗ୍ରହଙ୍କୁ ପଂଚାୟତର ସମସ୍ତ ଗ୍ରାମକୁ ନଗର ଭ୍ରମଣରେ ନିଆଯାଇଥିଲା।ଅପରାହ୍ନରେ ଶ୍ରୀମଦ୍ ଭଗବତ୍ ଗୀତାରେ ଆହୁତି ପ୍ରଦାନ ସଂଗେ ସଂଗେ ଦିଅଁମାନକୁଂ ସିଂହାସନ ଆରୋହଣ କରାଯାଇଥିଲା। ନୂତନ ବିଗ୍ରହ ସ୍ଥାପନ ପରେ ବିଶିଷ୍ଟ କ୍ରିୟାଯୋଗୀ ସ୍ବାମୀ ଶ୍ରଦ୍ଧାନନ୍ଦ ଗିରି ଶ୍ରୀଶ୍ରୀ ଗୋପୀନାଥ ଜୀଉ ଓ ମାଆ ରାଧାରାଣୀଙ୍କ ପ୍ରଥମ ଆଳତି କରିଥିଲେ। ପ୍ରକାଶ ଥାଉକି ସ୍ବାମୀ ଶ୍ରଦ୍ଧାନନ୍ଦ ଜୀ ମହାରାଜ ଏହି ମନ୍ଦିର ଶୁଭ ଦେଇଥିଲେ।
ପ୍ରାରମ୍ଭରେ ନାଇଜରର ପ୍ରାକ୍ତନ କୁଳସଚିବ ତଥା ଟ୍ରଷ୍ଟି ଡ ଅଭୟ ନାୟକ ସ୍ବାଗତ ଭାଷଣ ଦେଇଥିଲାବେଳେ ଅଧ୍ଯାପକ ଶ୍ରୀ ପ୍ରଶାନ୍ତ ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୋପୀନାଥ ପୀଠ ଉନ୍ନତି କଳ୍ପେ ଯେଉଁମାନେ ଶ୍ରମଦାନ ତଥା ସହଯୋଗ କରିଥିଲେ ସେମାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଶ୍ରୀସୁରେଶ ଚୌଧୁରୀ, ହରେକୃଷ୍ଣ ରାୟ ଓ ସୌଭାଗିନୀ ରାୟ।ଶେଷରେ ନିର୍ମାଲ୍ଯର ମୁଖ୍ଯ ସଂପାଦକ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ତୁଷାର କାନ୍ତ ଦାସ,ସୁଦର୍ଶନ ରାୟ, ଲଲାଟେନ୍ଦୁ ରାୟ, ଗିରିଜା ପ୍ରସାଦ ନନ୍ଦ, ରାମେଶ୍ବର ସାହୁ, ଲଲାଟେନ୍ଦୁ ରାୟ ଏବଂ ଇପ୍ସିତ ଦାସ।








