ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ତା. ୨୧.୦୨.୨୦୨୬ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଡି. ଏ. ଭି. ଗୁରୁକୁଳ ବିଦ୍ୟାଳୟ ର ଦ୍ବାଦଶତମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହକାରେ ଚିତ୍ରକୋଣ୍ଡା ସ୍ଥିତ ମିନି ଷ୍ଟାଡିୟମ ରେ ହୋଇଯାଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ଏବଂ ସରସ୍ବତୀ ବନ୍ଦନା କରାଯାଇଥିଲା । ବିଦ୍ୟାଳୟ ର ଛାତ୍ରୀ ମାନେ ତଥା ଫିଲ୍ ଯା ମାରିୟମ୍, ବି. ନେହା ଶୁଭଶ୍ରୀ, ଶ୍ରଦ୍ଧା ଗୌଡ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀମତୀ ରୀତା ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁଶ୍ରୀ ରାଜେଶ୍ବରୀ ଖିଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ରେ ବିଦ୍ୟାଳୟ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ଚିତ୍ରକୋଣ୍ଡା ଏସ୍. ଏସ୍. ଡି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ଦାସ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଡଃ. ଜସ୍ମିନ ବେହେରା, ଡି. ଏ. ଭି. ଗୁରୁକୁଳ ମାଲକାନଗିରି ଜିଲ୍ଲା ର ଚେୟାରମ୍ପାନ ଶ୍ରୀଯୁକ୍ତ ସୁଶାନ୍ତ ସାମଲ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ବଶ୍ରୀ ବିଶ୍ଵାସ ପ୍ରଭାତ ଦାସ, ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ମାଲକାନଗିରି ର ଶିକ୍ଷକ ଶ୍ରୀଯୁକ୍ତ ଗୋପିନାଥ ସେଟ ଏବଂ ମୁଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ବେହେରା jog ଦେଇଥିଲେ। ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ରାକେଶ ମହାରଣା ଙ୍କ ମାର୍ଗ ଦର୍ଶନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶ୍ରୀଯୁକ୍ତ ସରୋଜ କୁମାର ପରିଡା (ଶିକ୍ଷକ) ଏବଂ ଶ୍ରୀଯୁକ୍ତ ଦେବବ୍ରତ ଦାସ ପଟ୍ଟନାୟକ (ଶିକ୍ଷକ) ଉପସ୍ଥାପକ ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ର କର୍ମକର୍ତ୍ତା ଶ୍ରୀମତୀ ରାଜଲକ୍ଷ୍ମୀ ଦାସ (ଅଧ୍ଯକ୍ଷା), ସରସ୍ବତୀ ଖରା, ପୁନମ ବାଗ, ସୁମିତ୍ରା ନାୟକ, ସରସ୍ବତୀ ପ୍ରଧାନ, ରୋଜି ସଗରିଆ, ମଞ୍ଜୁଳା ନାୟକ, ଇନ୍ଦୁରେଖା ଖେମୁଡ଼ୁ ଶ୍ରୀ ବ୍ରଜବନ୍ଧୁ ନାୟକ(ଉପଦେଷ୍ଟା), କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ I ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ରାମ କିଶୋର ସାହୁ ଅତିଥ୍, ପରିଚାଳନା କମିଟି, ସହଯୋଗ କାରୀ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରାଜ୍ୟ
ଡି. ଏ. ଭି ଗୁରୁକୁଳ ର ଦ୍ବାଦଶତମ ବାର୍ଷିକ ଉତ୍ସବ ପାଳନ
- Hits: 5








