ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗତ ଜୁନ୍ ମାସରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ଗ୍ରାମରେ ହୋଇଥିବା ମୋଟରସାଇକେଲ୍ ଚୋରି ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I ଗିରଫ ଯୁବକ ଜଣଙ୍କ ହେଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ସୋମନାଥ ରଣା I ପୋଲିସ୍ ପୂର୍ବରୁ ଏହି ମୋଟରସାଇକେଲ୍ ଚୋରି ଘଟଣାରେ କେଶ୍ ନମ୍ବର୍ ୪୪୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ବେଳେ ଆଜି ସୋମନାଥଙ୍କ ଠାରୁ ଚୋରି ମୋଟରସାଇକେଲ୍ ଉଦ୍ଧାର କରି ତାକୁ ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I
ରାଜ୍ୟ
ମୋଟରସାଇକେଲ୍ ଚୋରି ମାମଲାରେ ଯୁବକ କୋର୍ଟଚାଲାଣ
- Hits: 4








