ହେଡଲାଇନସ୍:

ଭୋଜିରେ ଫୁଟିଲା ଗୁଳି ଚାଲିଗଲା ସୌମ୍ୟ ଙ୍କ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  କଟକ: କଟକରେ ଫୁଟିଲା ଗୁଳି। କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ପ୍ରେସ କଲୋନିରେ ଘଟିଛି ଏକ ହତ୍ୟାକାଣ୍ଡ। ସୂଚନା ମୁତାବକ ୬ରୁ ସାତଜଣ ସାଙ୍ଗ ଏକକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ତେବେ ଅପରାହ୍ନ ପ୍ରାୟ ୩-ଟା ସମୟରେ କଲୋନିରେ ଏକ କ୍ୱାଟରରେ ହଠାତ୍ କୌଣସି କାରଣରୁ ପରସ୍ପର ମଧ୍ୟରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଥିଲା ଓ ଶେଷରେ ସେହି ସାଂଗ ମଧ୍ୟରୁ ଜଣକ ବନ୍ଧୁକରୁ ଗୁଳି ଫୁଟି ସୌମ୍ୟରଂଜନ ଜେନା ଓରଫ୍ ରିଙ୍କୁ ନାମକ ଯୁବକ ର ଜୀବନ ଚାଲି ଗଲା। ପ୍ରଥମେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ କୁ ନୀୟାଯାଇଥିଲା। ତାପରେ କଟକ ବଡ଼ମେଡ଼ିକାଲ କୁ ନେଇ ଥିଲେ ତେବେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ତେବେ ପୋଲିସ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଚାଲୁ ରହିଛି। ସୋମ୍ୟରଞ୍ଜନ ଜେନାଙ୍କୁ ଦୁଇ ସାଙ୍ଗ ମେଡିକାଲ ନେଇଥିଲେ. ସେ ଦୁହିଁଙ୍କୁ ପୋଲିସ ତାଙ୍କ କଷ୍ଟଡ଼ିରେ ରଖିଛନ୍ତି.

0
0
0
s2sdefault