ହେଡଲାଇନସ୍:

ବରମୁଣ୍ଡାରେ ତିନିଦିନିଆ ମହାଶିବରାତ୍ରି ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ପରିସରରେ ତିନିଦିନ ଧରି ଭକ୍ତିମୟ ପରିବେଶରେ ମହାଶିବରାତ୍ରି ପୂଜା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ଓ ଆସପାସ ଅଞ୍ଚଳରୁ ଅଗଣିତ ଶ୍ରଦ୍ଧାଳୁ ଏହି ମହୋତ୍ସବରେ ଯୋଗଦାନ କରି ଭକ୍ତିରସରେ ମଗ୍ନ ହୋଇଥିଲେ। ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକସଜ୍ଜା ଓ ଫୁଲମାଳାରେ ସଜାଯାଇଥିବାରୁ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା। ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତିୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଧାୟକ କହିଥିଲେ,“ମହାଶିବରାତ୍ରି କେବଳ ଏକ ପାର୍ବଣ ନୁହେଁ, ଏହା ଆମ ସଂସ୍କୃତି, ଆସ୍ଥା ଓ ଏକତାର ପ୍ରତୀକ। ଧବଳେଶ୍ୱର ମନ୍ଦିରରେ ଏପରି ଭବ୍ୟ ଆୟୋଜନ ଗ୍ରାମବାସୀଙ୍କ ଏକତା ଓ ସଂଗଠନର ପ୍ରମାଣ। ଆହୁରି କହିଥିଲେ ଯେ, ଏପରି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ନିଜ ମୂଳ ସଂସ୍କୃତି ସହିତ ଜଡି ରଖେ ଏବଂ ସମାଜରେ ସାମ୍ପ୍ରଦାୟିକ ସମ୍ମିଳନ ଓ ସଦଭାବକୁ ବୃଦ୍ଧି କରେ।ତାଙ୍କ ଉଦ୍ବୋଧନ ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ହର୍ଷଧ୍ୱନିରେ ସ୍ୱାଗତ କରିଥିଲେ। ପରେ ମହାଦୀପ ଉତ୍ତୋଳନ ଓ ମହାପ୍ରସାଦ ବଣ୍ଟନ ସହ ମହୋତ୍ସବର ସମାପନ ହୋଇଥିଲା।

0
0
0
s2sdefault