ହେଡଲାଇନସ୍:

କୋମଣ୍ଡ ଉଦୟପୁର ମାଙ୍କଡ଼ା ପଥର ଖଣିରେ ଚଢ଼ାଉ,ଗୋଟିଏ ଟ୍ରାକ୍ଟର ଜବତ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ରାଜସ୍ୱ ଅଞ୍ଚଳର ଉଦୟପୁର ମାଙ୍କଡ଼ା ଖଣିରେ ନୟାଗଡ଼ ଜିଲ୍ଲା ଖଣି ବିଭାଗ ବୁଧବାର ରାତିରେ ଚଢ଼ାଉ କରିବା ବେଳେ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଜବତ୍ କରି ଓଡ଼ଗାଁ ଥାନା ଜିମାରେ ଦେଇଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ୨ ମାସଧରି ମାଙ୍କଡ଼ା ପଥର ନୟାଗଡ଼ ଜିଲ୍ଲା ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରତିଦିନ ପ୍ରାୟ ୨ ହଜାରରୁ ୩ ହଜାର ପର୍ଯ୍ୟନ୍ତ ମାଙ୍କଡ଼ା ପଥର କଟା ଯାଉଥିବା ବେଳେ ପଥର କାଟିବା ପାଇଁ ୨ରୁ ଅଧିକ କଟର ମେସିନ ବ୍ୟବହୃତ ହୋଇଥାଏ । ଏବଂ ଉକ୍ତ ମାଙ୍କଡ଼ା ପଥରକୁ ଚାଲାଣ କରିବା ପାଇଁ ଟ୍ରକ୍, ମିନିଟ୍ରକ, ଟ୍ରାକ୍ଟର ସହିତ ଜେସିବି ବ୍ୟବହୃତ ହୋଇଥାଏ । କିନ୍ତୁ ଗତକାଲି ରାତିରେ ଖଣି ବିଭାଗ ଚଢ଼ାଉ ବେଳେ କେବଳ ଟ୍ରାକ୍ଟର ଟିଏ ଜବତ କରିଥିବା ବେଳେ ଅନ୍ୟ ସବୁ ବ୍ୟବହୃତ ଯନ୍ତ୍ରାଂଶ ସେଠାରୁ ଉଭାନ ହୋଇ ଯାଇଥିଲା । ଚୋରା ଖଣି ବେପାରି ଖସିଯିବା ପାଇଁ ଏହା ଏକ ସଞ୍ଜୋଗ ନା ପୂର୍ବ ପରିକଳ୍ପିତ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତିରେ ପଥର ଚାଲାଣ ବେଳେ ବ୍ୟବହୃତ ଗାଡ଼ି ଗୁଡ଼ିକ ଏତେ ସ୍ପିଡିରେ ଯାଏ ଯେ ଆଖିବୁଜି ହୋଇଯାଏ । ସାମ୍ନାରେ ମଣିଷ ପଡୁ କିମ୍ବା ବନ୍ୟପ୍ରାଣୀ ସାମାନ୍ୟ ଅସତର୍କ ହେଲେ ମାଟିରେ ମିଶିଯିବ । ବିଶେଷକରି ବାଘୁଆଠାରୁ ଚେମେଡି ବାଣ୍ଠପୁର ଦେଇ ଯାଉଥିବା ମାଙ୍କଡ଼ା ବୋଝେଇ ଗାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ ଯାଉଥିବାରୁ କେବଳେ ଯେ କଣ ଘଟିବ ତାହା ସମୟ କହିବ । ଓଡ଼ଗାଁ ଠାରୁ ଖଣି ପର୍ଯ୍ୟନ୍ତ ବିଭିନ୍ନ ପୋଷ୍ଟ ମାନଙ୍କରେ ପଥର ମାଫିଆଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଲୋକମାନେ ବେଆଇନ ମାଙ୍କଡା ଯୋଗାଣକୁ ନିୟନ୍ତ୍ରଣ କରିଥାନ୍ତି । ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଖଣି ବିଭାଗ ଚାହିଁଲେ ମାଫିଆ ମାନଙ୍କ ସହିତ ଏଥିରେ ବ୍ୟବହୃତ ସମସ୍ତ ତଥ୍ୟ ଏବଂ ପ୍ରମାଣ ମିଳି ପାରିବ ।

0
0
0
s2sdefault