ହେଡଲାଇନସ୍:

ବାଲି ମୁଣ୍ଡା ରେ ରମାକାନ୍ତ ସେବା ଫାଉଣ୍ଡେସନ ର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାସୁଦେବପୁର - ଧିରେ ଧିରେ ବାସୁଦେବପୁର ରେ ବଢ଼ି ବଢ଼ି ଚାଲିଛି ରମାକାନ୍ତ ସେବା ଫାଉଣ୍ଡେସନ, ନାୟକାନିଡିହି ରୁ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ସଂଗଠନ ବିଭିନ୍ନ ପଞ୍ଚାୟତ ଓ ପୌର ରେ ବଢ଼ି ଚାଲିଛି ସଦସ୍ୟ ମାନଙ୍କ ସଂଖ୍ୟା। ଏହି କ୍ରମ ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାଲି ମୁଣ୍ଡା ରେ ସଦସ୍ୟ ମାନଙ୍କ ଦ୍ବାରା ଆୟୋଜିତ ହୋଇ ଯାଇଛି ବନ୍ଧୁ ମିଳନ ଓ ସମ୍ବର୍ଧନା ସଭା କାର୍ଯ୍ୟ କ୍ରମ। ଅତିଥି ଭାବେ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧକ୍ଷ ରତିକାନ୍ତ ପ୍ରଧାନ, ଶିକ୍ଷାବିତ୍ ସୁଶିଲ କୁମାର ମାଇତି, ରବୀନ୍ଦ୍ର ଦଳାଇ, ସୁକୁମାର ଜେନା, ଅବସର ପ୍ରାପ୍ତ ଯବାନ ଶ୍ରୀକାନ୍ତ ନାୟକ, ଲମ୍ବୋଦର ସାହୁ, ସରପଞ୍ଚ ଙ୍କ ପ୍ରତିନିଧି ତପନ କୁମାର ଦାସ, ସୁକୁମାର ମାଇତୀ, ଆଦିତ୍ୟ ମହାପାତ୍ର, ରମେଶ ମଲିକ ପ୍ରମୂଖ ଉପସ୍ଥିତ ରହି ଥିଲେ। ଏହି ଅବସର ରେ ସମସ୍ତ ଅତିଥି ମାନଙ୍କୁ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ,ଉତ୍ତରୀୟ, ମାନ ପତ୍ର, ଫୁଲ ତୋଡା ଦେଈ ସମ୍ବର୍ଦ୍ଧିତ କରିଥିଲେ। ପଚାଶ ରୁ ଉର୍ଦ୍ଧ ନୂତନ ସଦସ୍ୟ ରମାକାନ୍ତ ସେବା ଫାଉଣ୍ଡେସନ ରେ ଯୋଗ ଦେଇଥିଲେ। ସମସ୍ତ ଙ୍କୁ ଫାଉଣ୍ଡେସନ ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ଅବସର ରେ ତିରିଶ ରୁ ଉର୍ଦ୍ଧ ବୃଦ୍ଧ ବାପା ମା ଙ୍କୁ ଫାଉଣ୍ଡେସନ ପକ୍ଷରୁ ଶାଢ଼ୀ, ଲୁଗା, ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

0
0
0
s2sdefault