ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉସେନ ଖେଳ ପଡ଼ିଆରେ ଆୟୋଜିତ ମା ବୀଣାପାଣି ଟେନିସ ବଳ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ସମ୍ପନ୍ନ ହୋଇଯାଇଛି। ପାଞ୍ଚଦିନିଆ ଏହି କ୍ରିଡ଼ା ଆସରରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳୁଛି। ଗ୍ରାମ୍ୟ ଅଞ୍ଚଳରେ ଏପରି କ୍ରିଡ଼ା ଆୟୋଜନ ହେବାରୁ ଖେଳାଳି ଓ ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଛି।ପ୍ରଥମ ଦିନର ମୁଖ୍ୟ ମ୍ୟାଚ୍ରେ ଅଯୁବା ଇଲେଭେନ, ପଦ୍ମପୁର ଦଳ ଓଦ୍ଵିତୀୟ ଦିନ ରେ ଡିକେ ଚେଲେଞ୍ଜର ସାନଟୀକା ଉତ୍କୃଷ୍ଟ ପ୍ରଦର୍ଶନ କରି ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଦଳର ବ୍ୟାଟ୍ସମ୍ୟାନ ଓ ବୋଲରମାନଙ୍କ ସମନ୍ୱିତ ଖେଳ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଆସନ୍ତାକାଲି ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ଆଜିର ମ୍ୟାଚ୍କୁ ସୁରୁଖୁରୁରେ ପରିଚାଳନା କରୁଥିଲେ ରୁନା ଭୋଇ, ସୁବିତ ନାୟକ, ଉମେଶ ଭୋଇ ଓ ଶଙ୍କର। ଧାରାବିବରଣୀ ପ୍ରଦାନ କରିଥିଲେ ରିଙ୍କୁ ସାହୁ ଏବଂ ସ୍କୋରର ଦାୟିତ୍ୱ ଚିନ୍ତାମଣି ନାୟକ ନିଷ୍ଠାପୂର୍ବକ ତୁଳାଇଥିଲେ।ଖେଳ ଚାଲିଥିବା ସମୟରେ ତାଳପଦର ଗ୍ରାମର ଭାଗବାନ ସାହୁ ଏକ ବିଶେଷ ଘୋଷଣା କରି ଦର୍ଶକମାନଙ୍କୁ ଅଧିକ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଯେଉଁ ଦର୍ଶକ ଖେଳ ପଡ଼ିଆ ବାହାରକୁ ଯାଇଥିବା ବଳକୁ କେଚ୍ ଧରିବେ, ସେମାନଙ୍କୁ ୨୦୦ ଟଙ୍କା ପୁରସ୍କାର ଦିଆଯିବ। ଏହି ଘୋଷଣା ପରେ ଦର୍ଶକମାନଙ୍କ ମଧ୍ୟରେ ଅଧିକ ରୋମାଞ୍ଚ ସୃଷ୍ଟି ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ ବାରିକ, ଭାଗ ଭୋଇ, ଦେବରାଜ ଭୋଇ, ପପଟଲାଲ ଭୋଇ, ଧୂର୍ବରାଜ ଭୋଇ, ପ୍ରଦୀପ ସାହୁ, ସୁଶାନ୍ତ ପଧାନ, ସୁମନ୍ତ ପଧାନ, ମନୁଆ ଭୋଇ, ରଂଜିତ ମିର୍ଧା ଓ ସୁଶାନ୍ତ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟର ବିଜେତା ଦଳକୁ ୫୦,୦୦୦ ଟଙ୍କା ଓ ଉପବିଜେତା ଦଳକୁ ୩୦,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଆୟୋଜକମାନେ ଜଣାଇଛନ୍ତି। ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ଆୟୋଜକମାନଙ୍କ ଅବିରତ ପ୍ରୟାସ ଜାରି ରହିଛି।
ରାଜ୍ୟ
ମା ବୀଣାପାଣି ଟେନିସ ବଳ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ଅନୁଷ୍ଠିତ
- Hits: 4








