-
ବ୍ୟବହୃତ ହିଟାଚି ଜବତ, ଚାଳକ ଗିରଫ,
-
୬୦ରୁ ଉର୍ଦ୍ଧ୍ବ ଗଛ ନଷ୍ଟ, ପୁରୁଣା ଗଛ ମୂଳ ତାଡ଼ି କଲେ ହୁଗୁଳା,
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ସୋଲପଟା ଠାରୁ ଫାଶିପଲ୍ଲୀ ମଧ୍ୟସ୍ଥ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗର ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ଲାଗିଥିବା ଶହଶହ ବୃକ୍ଷ ଗୁଡିକ ମଧ୍ୟରେ ଠିକାଦାରଙ୍କ ମନଇଚ୍ଛା ହିଟାଚି ବ୍ୟବହାର ଦ୍ବାରା ରାସ୍ତା ପାର୍ଶ୍ୱ ବନିକରଣ ଯୋଜନାରେ ଲାଗିଥିବା ୬୦ରୁ ଉର୍ଦ୍ଧ୍ବ ଗଛକୁ ତାଡ଼ି ଉପାଡ଼ି ଫୋପାଡ଼ି ଦେଇଛନ୍ତି । ଏବଂ ଶତାବ୍ଦୀକ ବର୍ଷର ଗଛ ମୂଳରୁ ମାଟି ତାଡ଼ିଆଣି ମୂଳ ଗୁଡିକୁ ଆଣିଥିବାରୁ ସେହି ବିରାଟକାୟ ଗଛ ଗୁଡିକର ମୂଲ୍ୟ ହୁଗୁଳା ହୋଇ ଯାଇଥିବାରୁ ଯେ କୌଣସି ସମୟରେ ତାହା ଉପୁଡ଼ି ପଡ଼ିଥିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ବିପଦ ସୃଷ୍ଟି କରିଛି । ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ଏବଂ ବନପାଳ ସରିତା ବରାଳ, ବନରଖି ସୈ।ମ୍ୟରଞ୍ଜନ ଦଳେଇ, ଦୀଲ୍ଲପ କୁମାର ପ୍ରଧାନଙ୍କ ସହିତ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ପ୍ରଶସ୍ତିକରଣରେ ବ୍ୟବହୃ (କେଓଏମ୍ଏଟି' ଏସ୍ ୟୁ ପିସି-୧୮-୭) ହିଟାଚିକୁ ଜବତ କରିବା ସହିତ ଚାଳକ ଦଶପଲ୍ଲା ଥାନା ରଙ୍ଗମାଟିଆ ଗାଁର ପିଙ୍କୁ କରମୀ(୨୬)କୁ ଗିରଫ କରିଥିଲେ । ରାସ୍ତା ପ୍ରଶସ୍ତିକରଣ ବେଳେ ଜାମୁ, ମହୁଲ, କେନ୍ଦୁ, ଚାମୁଣ୍ଡା, କୁମ୍ଭୀ, ଗୋହିରା , ଏହିପରି ଅନେକ ପ୍ରକାରର ଗଛ ସହିତ ୫ ପୁରୁଣା ତାଳ ଗଛ କାଟି ଦେଇଥିଲେ । ଏବଂ ବଡ଼ ଗଛମାନଙ୍କର ଡାଳ କାଟିଦେଇଥିଲେ। ୧.୫ସିଏମ୍ କାଠକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ଓଡ଼ିଶା ଜଙ୍ଗଲ ଆଇନ୍ ୫୬ ଧାରାରେ ୧୧୦/୨୦୨୫/୨୬ରେ ମାମଲା ରୁଜୁ କରି ହିଟାଚିକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।








