ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ପରାମର୍ଶ
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ତତ୍ବାବଧାନରେ ମହିଳା ଅଞ୍ଚଳ ପରିଦର୍ଶିକା କାଜଲ ନାୟକ, ବିଦ୍ୟୁତ୍ ପ୍ରଭା ପରିଡ଼ା, ଜୟଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଅନୁପମା ଦାସ ପ୍ରମୁଖ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରିଥିଲେ। ଜନ୍ମରୁ ୩ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ମସ୍ତିଷ୍କର ସୁସ୍ଥ ବିକାଶ ପାଇଁ ସେମାନଙ୍କୁ ଘର ଓ ପାରିପାର୍ଶିକ ବ୍ୟବସ୍ଥା ସହିତ ପରିଚିତ କରାଇବା ସହିତ ବାପା ଏବଂ ମାଆ ଶିଶୁର ରୁଚି ସମ୍ପର୍କରେ ଜାଣିବା ନିତାନ୍ତ ଆବଶ୍ୟକ ରହିଛି।ଶୁଶୁ ମାନଙ୍କୁ ବାପା ମା' କେଉଁ ପ୍ରକାର ପରିଚାଳନା କରିବେ ସେସବୁ ବିଷୟରେ ଅଙ୍ଗନବାଡ଼ି କର୍ମୀମାନେ ତାଲିମ ଗ୍ରହଣ କରିଥିବା ବେଳେ ଏ ସମ୍ପର୍କରେ ସେମାନେ ଶିଶୁ ମାନଙ୍କ ବାପା ମା'ଙ୍କୁ ସଚେତନ କରାଇବେ। ବିଶେଷ କରି ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବେ।








