ହେଡଲାଇନସ୍:

ଜଳଯାନରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତରେ ପରଲୋକ, ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ସକାଳେ ମାଲେସିଆର ଏକ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଗତ ୦୬ ତାରିଖରେ ଭୁବନେଶ୍ୱରରୁ କଲକାତା ଏବଂ ସେଠାରୁ ସିଙ୍ଗାପୁର ଯାଇଥିଲେ। ୦୭ ତାରିଖରେ କାର୍ଯ୍ୟରେ ଯୋଗଦେଇ ଜାହାଜ ନେଇ ମାଲେସିଆ ଅଭିମୁଖେ ଯାଉଥିବାବେଳେ ଘଟଣାଟି ଘଟିଥିଲା। ଗତ ରାତିରେ ଭୋଜନ ସାରି ସେ ନିଜ କ୍ୟାବିନରେ ବିଶ୍ରାମକୁ ଯାଇଥିଲେ। ସକାଳ ୬ଟାରେ ଉଠିବା କଥା ଥିଲେ ମଧ୍ୟ ୮ଟା ପର୍ଯ୍ୟନ୍ତ ବାହାରିନଥିବାରୁ ସହକର୍ମୀମାନେ ସନ୍ଦେହ ପ୍ରକାଶ କରି କ୍ୟାବିନ ଦ୍ୱାର ଖୋଲିଥିଲେ। ସେଠାରେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ତୁରନ୍ତ ଏୟାରଲିଫ୍ଟ ମାଧ୍ୟମରେ ମାଲେସିଆର ଏକ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ଣ୍ଣଚନ୍ଦ୍ର ଓଡ଼ଗାଁର ରଘୁନାଥ ବିଦ୍ୟାପୀଠର ୧୯୮୫ ବ୍ୟାଚର ଛାତ୍ର ଥିଲେ। ତାଙ୍କ ଅକାଳ ବିୟୋଗରେ ସାଥୀମାନେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି। ଅଞ୍ଚଳରେ ତାଙ୍କ ନିଷ୍ଠା ଓ କର୍ମନିଷ୍ଠା ପାଇଁ ସେ ପରିଚିତ ଥିଲେ। ତାଙ୍କର ପରଲୋକରେ ସ୍ଥାନୀୟ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

0
0
0
s2sdefault