ହେଡଲାଇନସ୍:

ଭାରତ ବନ୍ଦକୁ ପୁରୀ ଜିଲ୍ଲା କଂଗ୍ରେସର ସମର୍ଥନ, ଜରୁରୀ ସେବା ବାଧାପ୍ରାପ୍ତ ହେବନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୁରୀ,୧୧/୨ (ଅନିମେଷ ପଟ୍ଟନାୟକ) : ଆସନ୍ତାକାଲି କେନ୍ଦ୍ରୀୟ ମିଳିତ ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି ଜିଲ୍ଲା କଂଗ୍ରେସ। ବନ୍ଦକୁ ସଫଳ କରିବାକୁ ଯୁଵ ନେତା ସୁଜିତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଵୁଧଵାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ସରକାରଙ୍କ ୪ଟି ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକ ଦିଆଯାଇଛି । ୮ ଘଣ୍ଟିଆ କାମ ସମୟକୁ ୧୦ରୁ ୧୨ ଘଣ୍ଟାକୁ ବୃଦ୍ଧି, ମହିଳାମାନଙ୍କୁ ରାତ୍ରି ଡ୍ୟୁଟି ଦେବା ଭଳି ବିବାଦୀୟ ବ୍ୟବସ୍ଥାକୁ ବିରୋଧ କରି ଏହି ଆନ୍ଦୋଳନ ଆହ୍ୱାନ କରାଯାଇଥିବା କୁହାଯାଇଛି । ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦକୁ ପ୍ରତ୍ୟକ୍ଷ ସମର୍ଥନ ଦିଆଯିବ। ସହରର ସମସ୍ତ ପ୍ରମୁଖ ସ୍ଥଳ ମାନଙ୍କରେ ପିକେଟିଙ୍ଗ କରାଯିବକୁ ବୈଠକରେ ସ୍ଥିର କରାଯାଇଛି । ଅନ୍ୟପଟେ ଅତ୍ୟାବଶ୍ୟକ ସୁବିଧା ଓ ଜରୁରୀକାଳୀନ ସେବାରେ କୌଣସି ଅବରୋଧ ସୃଷ୍ଟି କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ପ୍ରସ୍ତୁତି ବୈଠକରେ ସୁଜିତ ମହାପାତ୍ର, ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ଅମରେନ୍ଦ୍ର ପାଇକରାୟ, ସୁକାନ୍ତ କୁମାର ପ୍ରଧାନ, ସ୍ୱାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଆର୍ତ୍ତତ୍ରାଣ ସାହୁ, ବିଦ୍ୟୁତଲତା ଆଚାର୍ଯ୍ୟ, ଚେତନ ମିଶ୍ର, ବିଶ୍ୱରଞ୍ଜନ ମହାପାତ୍ର ଓ ଆଦର୍ଶ ମିଶ୍ରଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault