ହେଡଲାଇନସ୍:

ଗାଁ କଲ୍ୟାଣ ସମିତି ୱାର୍ଡ ମେମ୍ବରମାନଙ୍କୁ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପତ୍ର :  ସମ୍ପୂର୍ଣ୍ଣା ଯୋଜନାର ସଫଳତା ନିମନ୍ତେ ଲୋଡିଲେ ସହଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : କିଛିଦିନ ତଳେ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟସେବା ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେବା ପରେ ଆଜି ଚିଠି ଲେଖିଛନ୍ତି ରାଜ୍ୟର ୱାର୍ଡ ମେମ୍ବରମାନଙ୍କୁ । ଆଉ ଲେଖିଛନ୍ତି ସଂପୂର୍ଣ୍ଣା ଯୋଜନା ର ଲଖ୍ୟ ସମ୍ପୂର୍ଣ ପାଇଁ ସେମାନଙ୍କ ସହଯୋଗ ଗୁରୁତ୍ୱପୁର୍ଣ  ।

 କେବେବେଳେ ଖଟିଆରେ ବୁହା ହୋଇ ଯାଉଛନ୍ତି ତା କେତେବେଳେ ପରିଜନ କାନ୍ଧରେ ଯାଉଛନ୍ତି ଗର୍ଭବତୀ ମହିଳା ମାନେ ! ଆଉ ଘଟଣା ଓ ପରିସ୍ଥିତିର ଗୁରୁତ୍ୱକୁ ଟିଆର୍ପି ନିଶାରେ ଗଣମାଧ୍ୟମ ତାକୁ ସେନସେସନାଲାଇଜ କରିବା ପାଇଁ ଯୋଡ଼ା ଯୋଡି କରି ପ୍ରସାରଣ କରି ସରକାରଙ୍କୁ ଆପଦସ୍ଥା ବି କରାଉଛନ୍ତି, ଆଉ ସରକାରଙ୍କୁ ଘେରିଛନ୍ତି ! ହେଲେ ସରକାର ସବୁ କରିବେ ବୋଲି ଭାବିଦେଇ ଲୋକମାନେ ଭୁଲିଯାଉଛନ୍ତି ମାନବିକତା ! ନିଜ ସାଇ ଭାଇକୁ କାନ୍ଧରେ ଅପହଞ୍ଚ ଜାଗାରୁ ଆମ୍ବୁଲାନସ ଥିବା ଜାଗା ପର୍ଯ୍ୟନ୍ତ ବୋହି ନେବାକୁ ବି ଟିକେ ସାହାଯ୍ୟ କରିନାହାନ୍ତି ! ନିକଟରେ ଜଣେ ଡାକ୍ତର ଲୋକଙ୍କ ଅସହଯୋଗ ଯୋଗୁ ନିଜ କାନ୍ଧରେ ଗର୍ଭବତୀ ମହିଳାଙ୍କୁ ବୋଲି ଆଣିଲେ, ତାପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା  ଚିଠି ଲେଖି ସହଯୋଗ ଲୋଡିଛନ୍ତି ଗାଁ କଲ୍ୟାଣ  ସମିତି ଓ ପଂଚାୟତର ୱାର୍ଡ ମେମ୍ବରମାନଙ୍କୁ ।

ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ମାତୃ ଓ ଶିଶୁ ମୃତ୍ୟୁ ପୂର୍ଣ୍ଣ ନିରାକରଣ ଅଭିଯାନ ସମ୍ପୂର୍ଣ୍ଣା ଯୋଜନାରେ ଚଳିତ ବର୍ଷ ରାଜ୍ୟର ବିିଭିନ୍ନ ଜିଲ୍ଲାର ପ୍ରାୟ ୭୮୫୩ ଟି ଗ୍ରାମକୁ ଚିହ୍ନଟ କରାଯାଇଛି । ଯାତାୟାତ ଦୃଷ୍ଟି ରୁ ସେହି ସବୁ ସ୍ଥାନରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଂଚିବା ସମ୍ଭବପର ନୁହେଁ । ସେହି ସବୁ ଗ୍ରାମ ବା ପଡାର ମା ମାନଙ୍କୁ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ନିମନ୍ତେ ଯାତାୟତ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ସେହିସବୁ ଗ୍ରାମରେ ରହୁଥିବା ଗର୍ଭବତୀମାନଙ୍କୁ ନିରାପଦରେ ସେମାନଙ୍କ ଘରୁ ନେଇ ୧୦୨ ବା ୧୦୮ ଆମ୍ବୁଲାନ୍ସ ରହିଥିବା ସ୍ଥାନ ବା ଅନ୍ୟାନ୍ୟ ଗାଡ଼ି ପହଂଚିପାରୁଥିବା ସ୍ଥାନ ପର୍ଯ୍ୟନ୍ତ ପହଂଚାଇବା ନିମନ୍ତେ ଷ୍ଟ୍ରେଚର ବ୍ୟବସ୍ଥା କରାଯାଇଛି ଓ ଗାଁ କଲ୍ୟାଣ ସମିତି ଉପରେ ଏ ଦାୟିତ୍ୱ ନ୍ୟସ୍ଥ କରାଯାଇଛି ।

 ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ନିମନ୍ତେ ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହି ଯୋଜନାର ସଫଳତା ନିମନ୍ତେ  ଗାଁ କଲ୍ୟାଣ ସମିତିର ସଭାପତି ଏବଂ ସମସ୍ତ ୱାର୍ଡ ମେମ୍ବରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ! ତେଣୁ ଗର୍ଭବତୀ ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରସବ ନିମନ୍ତେ ନିରାପଦରେ ସେମାନଙ୍କ ଘରୁ ନିକଟସ୍ଥ ଡାକ୍ତରଖାନା ପର୍ଯ୍ୟନ୍ତ ପଠାଇବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।  ଗାଁ କଲ୍ୟାଣ ସମିତି ପକ୍ଷରୁ ପ ଗର୍ଭବତୀ ମା ମାନଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ପ୍ରଦାନ କରାଯିବ ଓ ପରେ ସେ ଏହି ଅର୍ଥକୁ ଗାଁ କଲ୍ୟାଣ ସମିତିକୁ ଫେରସ୍ତ କରିବେ । ଡ଼ାକ୍ତର ଖାନାରେ ସୁରକ୍ଷିତ ପ୍ରସବ କରାଇଥିବା ମା ମାନଙ୍କୁ ଯାତାୟାତ ବାବଦ ଖର୍ଚ୍ଚ ଓ ଜନନୀ ସୁରକ୍ଷା ଯୋଜନା ଅନ୍ତର୍ଗତ ଆର୍ଥିକ ପ୍ରୋତ୍ସାହନ ରାଶି ମା ମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧା ସଳଖ ଜମା କରାଯିବାର ବ୍ୟବସ୍ଥା କରାଯାଇଛି । 

0
0
0
s2sdefault