ହେଡଲାଇନସ୍:

କଟକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭାଗ ନେଲେ ୧୫୦୦ରୁ ଅଧିକ  ନିଯୁକ୍ତି ଆଶାୟୀ, ୨୨୯ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ


କଟକ ତା ୦୮.୦୩.୨୦୨୬ ରିଖ – ବାଲିଯାତ୍ରା ତଳ ପଡିଆଠାରେ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ନିଯୁକ୍ତି ମେଳାକୁ ଉଦଘାଟନ କରିଥିଲେ । ସକାଳ ୧୦ଘଟିକା ୩୦ ମିନିଟରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ପ୍ରାୟ ୧୫୦୦ରୁ ଅଧିକ ନିଯୁକ୍ତି ଆଶାୟୀ ଭାଗ ନେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ ଓ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ନିଯୁକ୍ତି ମେଳାରେ ଯୋଗଦେଇ ଆଶାୟୀ ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ମେଳାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ । କୃଷି, ଫାର୍ମାସିଷ୍ଟ, ସିକ୍ୟୁରିଟି ଏଜେନ୍ସି, ସ୍ୱାସ୍ଥ୍ୟ ସେବା, ଅଟୋମୋବାଇଲ୍‌, ନର୍ସିଂ ଭଳି ୪୦ରୁ ଉର୍ଦ୍ଧ ସଂସ୍ଥା, ୨୨ଟି ପିଆଇଏ, ଯେଉଁଠାରେ ନିଯୁକ୍ତି ପୂର୍ବରୁ ତାଲିମ ପ୍ରଦାନ କରାଯିବ  ଭଳି ବିିଭିନ୍ନ ଅନୁଷ୍ଠାନ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ ।

ନିଯୁକ୍ତିଦାତାମାନଙ୍କ ମଧ୍ୟରୁ କେତେକ ସିଧାସଳଖ ନିଯୁକ୍ତି ଦେଇଥିବାବେଳେ ଆଉ କେତେକ ନିଯୁକ୍ତି ଭିତିକ ତାଲିମ ପରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଏହି ତାଲିମ ସମ୍ପୁର୍ଣ୍ଣ ମାଗଣା । ତାଲିମ ସମୟର ପ୍ରଶିକ୍ଷଣ, ରହିବା ଓ ଖାଦ୍ୟପେୟ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ, କଟକ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୪ଟି ଯାକ ବ୍ଲକର ୧୫୦୦ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । । ସେମାନଙ୍କ ମଧ୍ୟରୁ ୨୨୯ ଜଣ ପ୍ରାର୍ଥୀଙ୍କୁ ଚାକିରି ପ୍ରସ୍ତାବ ପତ୍ର ବଣ୍ଟନ କରାଯାଇଥିଲା, ୪୦ ଜଣ ପ୍ରତ୍ୟକ୍ଷ ନିଯୁକ୍ତିଦାତାଙ୍କ ଦ୍ୱାରା ୯୭୧ ଜଣ ପ୍ରାର୍ଥୀଙ୍କୁ ତାଲିକାଭୁକ୍ତ କରାଯାଇଥିଲା ଏବଂ ୩୦୯ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ଚାକିରି ଭୂମିକାରେ ସ୍ୱଳ୍ପକାଳୀନ ଦକ୍ଷତା ବିକାଶ ତାଲିମ ପାଇଁ ୨୨ଟି ପିଆଇଏ ସହିତ ଟ୍ୟାଗ୍ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ଘନଶ୍ୟାମ ଶାହ, ଜିଏମ ଡି ଆଇ ସି, ଅଧ୍ୟକ୍ଷ, ସରକାରୀ ଆଇ ଟି ଆଇ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault