ହେଡଲାଇନସ୍:

ଗୁଣାତ୍ମକ ଯତ୍ନ ଓ ଶିକ୍ଷା ପାଇବା ହେଉଛି  ଶିଶୁର ଅଧିକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍”:ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଭୁବନେଶ୍ୱର: ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍”:ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ରାଜ୍ୟସ୍ତରିୟ ଆଲୋଚନା ଚକ୍ର(ଇସିସିଇ)କୁ ଆଜି ମନ୍ତ୍ରୀ  ପ୍ରଫୁଲ ସାମଲ, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତି ଉଦ୍ଘାଟନ କରିଛନ୍ତି ।ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱ ବିଭାଗ ଓ ୟୁନିସେଫ ଓଡ଼ିଶାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଟେଲ ନିୟୁ ମ୍ୟାରିୟନ,ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏସ୍.ଏମ ପଟ୍ଟନାୟକ, ଓଏସସିପିସିଆର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ଓ ୟୁନିସେଫ ଓଡ଼ିଶା ମୁଖ୍ ୟୁମି ବେ ପ୍ରମୁଖ ଏହି ଉଦ୍ଘାଟନି ଉତ୍ସବରେ ଉପସ୍ଥିତ ଥିଲେ ।

ଏହି ଆଲୋଚନାଚକ୍ରଟି ଇସିସିଇ ଓଡ଼ିଶା ନେଟୱାର୍କକୁ ଅନ୍ୱେଷଣ କରିବା ସହ ଓ ନୂଆ ଚିନ୍ତାଧାରା ସୃଷ୍ଟି କରି  ଇସିସିଇର ଗୁଣବତ୍ତା  ସାରା ରାଜ୍ୟରେ ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ  । ଏହି କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ଓ ଆଞ୍ଚଳିକ ସ୍ତରର ଇସିସିଇ ସହ ଜଡ଼ିତ ଦକ୍ଷ, ବ୍ୟବହାରିକ ଓ ପେସାଗତ ବ୍ୟକ୍ତିଙ୍କ ସମେତ ଯୋଜନା କରାଯିବା ସହ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କ ସହ ଏହି ଯୋଜନାର ଅଭ୍ୟାସ ମଧ୍ୟ କରାଯାଇଛି ।  ଏହି ଆଲୋଚନା ଚକ୍ରର ଲକ୍ଷ୍ୟ ହେଉଛି ଏହି ଯୋଜନାର ପ୍ରଚାର ଓ ପ୍ରସାର କରି ସମସ୍ତଙ୍କୁ ଏକାଠି ଗୋଟିଏ ମାନସିକତାରେ ରାଜ୍ୟରେ କାମକରି ପ୍ରାଥମିକ ଶିଶୁ ଅବସ୍ଥାରେ ଶିକ୍ଷା ଓ ସ୍ୱସ୍ଥ୍ୟ ବିଷୟରେ ଏକ ଯୁକ୍ତାତ୍ମକ ସଫଳତା ହାସଲ କରିବା ।

ଏହି କାର୍ଯ୍ୟକ୍ରମରେ ୨୦୧୩ ମସିହାରେ ହୋଇଥିବା ଜାତୀୟ ସ୍ତରୀୟ ଇସିସିଇ ପଲିସିର  ଉପାଦାନ ଓ ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଅଯାଇଛି । ଏହି ପଲିସରେ ରାଜ୍ୟର ଯୋଜନା ଆରମ୍ଭକରିବା ସାମର୍ଥ୍ୟ ଓ ଅଭ୍ୟାସରେ ପରିବାର ଓ ଗୋଷ୍ଠୀର ସହଭାଗିତା ବଢାଇବା, ଇସିସିଇର ଗୁଣବତା ବୁଦ୍ଧିପାଇଁ ଉଦ୍ଦେଶ୍ୟମୂଳକ ଯୋଜନାକୁ ନ୍ୟାୟସଂଗତ  ଭାବେ ପ୍ରତିପାଦିତ କରିବା, ଏହାସହ ଏହାକୁ ସଫଳ କରିବା ପାଇଁ ଏକ ସୁପ୍ରସ୍ତୁତ ଯୋଜନା ଅର୍ଥାତ ପକା ନକ୍ସା ପ୍ରସ୍ତୁତ କରିବା ଆଦି ରହିଛି ।

ଏହି ଅବସରରେ ୟୁନିସେଫ ଓଡ଼ିଶାର ମୁଖ୍ୟ ୟୁମି ବେ “କହିଥିଲେ ଯେ ଶିଶୁର ଅଧିକାର ହେଉଛି ଏକ  ଗୁଣାତ୍ମକ ଯତ୍ନ ଓ ଶିକ୍ଷା ପାଇବା !  ଏହାସହ ସେମାନଙ୍କ ମଧ୍ୟରେ ଲୁକ୍କାୟିତ  ପ୍ରତିଭାକୁ ପ୍ରକାଶ କରିବା ମଧ୍ୟ । ଇସିସିଇ କେବଳ ପିଲାଙ୍କୁ ସ୍କୁଲ ଓ ସମାଜ ପାଇଁ ପ୍ରସ୍ତୁତ କରିବା ତାହା ନୁହେଁ, ସ୍କୁଲ ଓ ସମାଜର କର୍ତ୍ତବ୍ୟ ଯେ ସେ ମଧ୍ୟ ପିଲାମାନଙ୍କୁ  ଖୁସିରେ ରହିବା ପାଇଁ ପ୍ରସ୍ତୁତ କରିବା ଦରକାର ”   

 

0
0
0
s2sdefault