ହେଡଲାଇନସ୍:

ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,_(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅନିତା ତ୍ରିପାଠୀ ସଂଯୋଜନା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଗଞ୍ଜାମ ଜିଲ୍ଲା ଯୁବ ରେଡ଼କ୍ରସ ସଂସ୍ଥାର ପୂର୍ବତନ ସଂଯୋଜକ ବି. ଗୋବିନ୍ଦ ରାଓ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ବହୁ ମୂଲ୍ୟବାନ ଦୃଷ୍ଟାନ୍ତ ମୂଳକ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ। ଏତଦ୍ ବ୍ୟତୀତ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରଜତ କୁମାର ଦାଶ,ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖାର ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଏବଂ ତାଲିମ ପ୍ରଶିକ୍ଷିକା ବନୀତା ସାହୁ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଲିମ ଗ୍ରହଣ କରିଥିବା ଛାତ୍ରୀମାନେ ବିଭିନ୍ନ ଆତ୍ମସୁରକ୍ଷା କୌଶଳ ଗୁଡିକ ପ୍ରଦର୍ଶନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। ଶେଷରେ ତାଲିମ କାର୍ଯ୍ୟକ୍ରମର ସହ - ସଂଯୋଜିକା ଧରିତ୍ରୀ ରାଣୀ ବିଷାଇ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault