୨୧ଦିନର ଶିଶୁ ପୁତ୍ରକୁ ଧରି ମହିଳା ସ୍ୱାମୀ ହତ୍ୟାକାରୀଙ୍କୁ ଧରିବାକୁ ଗୁହାରି କରୁଛନ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗରିବ ଆଦିବାସୀ ଲୋକଙ୍କ ଗୁହାରି ଶୁଣିବାକୁ କେହି ନାହିଁ। 

   କେନ୍ଦୁଝର,ତା ୩୧/୧- ଜିଲ୍ଲାର ନେତା ମୋହନ ଚରଣ ମାଝୀ ଏବେ ମୁଖ୍ୟମନ୍ତ୍ରୀ ପୁଣି ନିଜ ହାତରେ ଗୃହ ବିଭାଗ ରଖିଛନ୍ତି ତଥାପି ଏଠାରେ ଆଇନ କାନୁନ ଠିକ ନଥିବା ଅଭିଯୋଗ ବାରମ୍ବାର ଆସୁଛି। ଜିଲ୍ଲାରେ କୋର୍ଟ ୱାରେଣ୍ଟ ଇସ୍ୟୁ ହେବା ପରେ ଗୋମାଫିଆ ଧରା ପଡୁଛନ୍ତି ପୁଣି ଅସଲି ଏବେ ଫେରାର। ସମାଜସେବୀ ରୋଜାଲିନ ହତ୍ୟା ମାମଲାରେ ଦକ୍ଷ କେନ୍ଦୁଝର ପୋଲିସ ହାଇକୋର୍ଟ ଛାଟ ପରେ ୩ ବର୍ଷ ବିତିଲା ପରେ ଚାର୍ଜସିଟ ଦେଲା ଯେ ଯାହା ଠିକ ନାହିଁ ବୋଲି ଗୁରୁତର ପ୍ରତିବାଦ ହେଲାଣି। ଏପରି ପରିସ୍ଥିତିରେ ପାଟଣା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପଶି, ତଳ ମୁଣ୍ଡାସାହିର ଗରିବ ଆଦିବାସୀ ମହିଳା ସପନା ହେମ୍ବ୍ରମ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ଚନ୍ଦନ ମୁଣ୍ଡାକୁ ଘରୁ ଡାକିନେଇ ହତ୍ୟା କରାଯାଇଛି। ତାଙ୍କ ଅଭିଯୋଗ ହେଲା କି ଗାଁର ଚନଲାଲ(ରକେଟ) ମହାନ୍ତ, ପିତା - ଚନ୍ଦ୍ର ମହାନ୍ତ ଓ ଘନଶ୍ୟାମ ମହାନ୍ତ, ପିତା - ଚନ୍ଦ୍ର ମହାନ୍ତ ସ୍ୱାମୀଙ୍କୁ ରାତିରେ ଘରୁ ଡାକିନେଇ କୁସୁମ କାଠରେ ଚାପି ହତ୍ୟା କରିଛନ୍ତି। ଏଠାରେ ମୂଲ୍ୟବାନ କୁସୁମ କାଠର ଚୋରା କାରବାର ହୁଏ ବୋଲି କୁହାଯାଉଛି। ତେବେ ଆମ୍ବୁଲାନ୍ସ ଯୋଗେ ଚନ୍ଦନଙ୍କ ଶବ ଗାଡ଼ିଆରୁ ଉଠାଇ ନେଲା ବେଳେ ତାଙ୍କର ବେକ ଭାଙ୍ଗିଥିଲା, ଛାତିରେ ବଡ ଲାଲ ଦାଗ ଥିଲା ଏଥିସହ ମୁହଁ ଓ ନାକରୁ ରକ୍ତ ବାହାରୁଥିବା କଥା ପରିବାର ଲୋକେ କହୁଛନ୍ତି। ଚନ୍ଦନ ପିତାମାତା ଏକଥା ରକେଟ ଓ ଘନଶ୍ୟାମକୁ ପଚାରିବାରୁ ସେମାନେ ଚନ୍ଦନ ବାଇକ ଦୁର୍ଘଟଣାରେ ମରିଛି କହିଲେ। କିନ୍ତୁ ଚନ୍ଦନ ସାର୍ଟ ପ୍ୟାଣ୍ଟରେ କାଦୁଅ ଲାଗିନି କି ବାଇକରେ କୌଣସି ଭଙ୍ଗାରୁଜା ହୋଇନଥିବାରୁ ଘର ଲୋକେ ଏହାକୁ ହତ୍ୟା ବୋଲି କହିଛନ୍ତି। ଚନ୍ଦନ ମରିବା ବେଳକୁ ତା'ର ଗୋଟେ ୧୯ ଦିନର କଅଁଳ ପୁଅ ଥିଲା ଆଜି  ୨୧ଦିନର ହୋଇଛି ଯାହାକୁ ନେଇ ମାଆ ସପନା ଚିନ୍ତିତ । ସ୍ଵାମୀ ହତ୍ୟା ପରେ ଛୁଆକୁ କିପରି ପାଳିବେ ଚିନ୍ତାରେ ସେ ଅଛନ୍ତି। ଏପରି ହତ୍ୟା ଆରୋପ ପରେ ଆରୋପି ଗିରଫ ହୋଇନାହାନ୍ତି ବୋଲି ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଦେବାକୁ ଗୁହାରି କରିଛନ୍ତି। ତେବେ ଏହି ଆରୋପ ପରେ କିପରି ତଦନ୍ତ ହେଲା ଶବ ବ୍ୟବଚ୍ଛେଦ ବେଳେ ପରିବାର ଲୋକଙ୍କୁ ଶବ ପଞ୍ଚନାମା ବେଳେ ଦେଖିବାକୁ ଦିଆଯାଇଥିଲା କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୁନଃ ନିରପେକ୍ଷ ତଦନ୍ତ କରି ଆଦିବାସୀ ଗରିବ ମହିଳାଙ୍କୁ ନ୍ୟାୟ ତଥା କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

0
0
0
s2sdefault