ଭଞ୍ଜନଗର ପୋଲିସ୍ କୁ ଏକ ବଡ଼ ଧରଣର ସଫଳତା:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶହ ଶହ ଚୋରି ମୋବାଇଲ୍ ଓ ବ୍ୟାଟେରୀ ସହ ଅଭିଯୁକ୍ତ ଗିରଫ


ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୫ ଫୋନର ମଦର୍‌ ବୋର୍ଡ, ୫ଟି ଟାବଲେଟ, ୧୩ ଗୋଟି ବେଆଇନ ଦୁଇ ଚକିଆ ଯାନ,ନକଲି ଗହଣା ଏବଂ ୧୦ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗରେ।ଏନେଇ ଆଜି ଶନିବାର ୩୧ ତାରିଖ ୨୦୨୬ ଦିବସ ରେ ଭଞ୍ଜନଗର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ଏସ୍‌ ପି ରଞ୍ଜନ କୁମାର ଦେ ତାହା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ଏହାପରେ କୋର୍ଟ ଚାଲାଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ ଡିପିଓ ଡ. ଦୀପକ କୁମାର ମିଶ୍ର କହିଥିଲେ ଯେ, ଏହି ଅଭିଯୁକ୍ତମାନଙ୍କର ବିଦେଶ ଲିଙ୍କ୍‌ ଅଛି କି ନାହିଁ ତାହାର ଖୋଳତାଡ଼ ଓ କଡ଼ା ଅନୁସନ୍ଧାନ ପରେ ଜଣାପଡ଼ିବ । ଏଥିସହ ଭଙ୍ଗା ମୋବାଇଲ କାହାକୁ ବିକ୍ରି କରନ୍ତୁ ନାହିଁ। ମୋବାଇଲ ଖରାପ ହୋଇଗଲେ ତାହାକୁ ନଷ୍ଟ କରିଦିଅନ୍ତୁ। ବୁଲା ବ୍ୟବସାୟୀକୁ ବିକ୍ରି କରନ୍ତୁ ନାହିଁ। ସେମାନେ ତାହାକୁ ନେଇ କୌଣସି ବେନିୟମ କାର୍ଯ୍ୟରେ ଲଗାଇବା ସମ୍ଭାବନା ଅଛି ବୋଲି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନତା କରିଥିଲେ। ଜବତ ହୋଇଥିବା ସମସ୍ତ ମୋବାଇଲ୍ ଓ ବ୍ୟାଟେରୀ ବିଷୟରେ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍‌ଡିପିଓ କହିଥିଲେ। ଅଭିଯୁକ୍ତମାନଙ୍କ ଠୁ ଜବତ ହୋଇଥିବା ମୋବାଇଲର
କାଗଜପତ୍ର ସେମାନେ ଦେଖାଇ ପାରି ନ ଥିଲେ। ଏବଂ ବହୁ ପୁରାତନ ଅବଧି ଶେଷ ହୋଇଥିବା ନକଲି ନମ୍ବର୍ ପ୍ଲେଟ୍ ଲାଗିଥିବା ୧୩ ଗୋଟି ଗାଡ଼ି କୁ ପୋଲିସ୍ ଜବତ କରିଛି । ତେଣୁ ପୋଲିସ ସେମାନଙ୍କୁ ଚୋରି ମାମଲାରେ ଗିରଫ କରିଛି। ଖବରଦାତା ସମ୍ମିଳନୀରେ ଆଇ ଆଇ ସି ଜୀବନାନନ୍ଦ ଜେନା, ଏସ୍‌ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ୱାଳ,ଜ୍ୟୋତ୍ସ୍ନା ମୟୀ ସାହୁ, ଏ ଏସ୍‌ ଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ର ପ୍ରସାଦ କହର, କନଷ୍ଟେବଳ ସନ୍ତୋଷ କୁମାର ନାୟକ, ଅମିତ୍‌ କୁମାର ବିଶ୍ବାଳ, ନରେଶ ଶବର, ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଭଞ୍ଜନଗର ଥାନାରେ ଭଞ୍ଜନଗର ପୋଲିସ ମାମଲା ନଂ ୯୨, ତାରିଖ ୩୦/୦୧/୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (ବି.ଏନ୍.ଏସ୍) ର ଧାରା ୩୩୧(୪)/ ୩୩୧(୩)/ ୩୦୫/ ୩୩୬(୩)/ ୪୪୦(୨)/ ୩(୫) ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତମାନେ ସାଇକେଲ ଏବଂ ବାଇକ୍ ରେ ଅନେକ ସ୍ଥାନ ବୁଲି ବୁଲି ବ୍ୟବସାୟ କରନ୍ତି। ସେମାନଙ୍କର ଚାଲି ଚଳଣିକୁ ନେଇ ବିଭିନ୍ନ ଆଡୁ ସନ୍ଦେହ ଓ ଅଭିଯୋଗ ମଧ୍ୟ ପୂର୍ବରୁ ରହିଥିଲା। ଏହାପରେ ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ବେଳେ ପୋଲିସ ସେମାନଙ୍କୁ ସଦଳେ ବଳେ ଗିରଫ କରିବାରେ ସକ୍ଷମ ହୋଇ ଥାନାକୁ ନେଇ ପଚରାଉଚରା କରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲା। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ ଅନ୍ୟ କେଉଁ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସର୍ବଦା ତତ୍ପର ଅଛି ବୋଲି ଅତିରିକ୍ତ ଏସ୍ ପି ଆଜିର ଖବର ଦାତା ସମ୍ମିଳନୀ ରେ କହିଥିଲେ।

0
0
0
s2sdefault