ନୟାଗଡ଼ର କେ.ସି. କ୍ଲବ ପକ୍ଷରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କଙ୍କ ଦ୍ବାରା ଶିକ୍ଷକ ସନ୍ତୋଷ ସମ୍ମାନୀତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୩୧।୧ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାନ୍ତିଖାରି ଶାସନ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଆଦର୍ଶ ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। କ୍ଲବର ଶତାବର୍ଷିକ ଉତ୍ସବ ଉଦ୍ଯାପନୀ ସଂଧ୍ୟାଧିବେଶନରେ ଭାରତୀୟ ହକି ସଂଘର ସଭାପତି ତଥା ପଦ୍ମଶ୍ରୀ ସମ୍ମାନିତ ଦିଲ୍ଲୀପ ତିର୍କ ଏବଂ ଭାରତୀୟ ବେସବଲ ଫେଡେରେସନର ସଭାପତି ତଥା ବର୍ତ୍ତମାନ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଦ୍ୱାରା ସେ ସମ୍ମାନୀତ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ ତିର୍କ ଓ ମୁଖ୍ୟ ବକ୍ତା ଭାବେ ପଙ୍କଜ ଲୋଚନ ମହାନ୍ତି ଯୋଗଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଓଡିଶା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ଶ୍ରୀ ବିକାଶ ପ୍ରଧାନ, କେ.ସି. କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଦାଶ, ଉପସଭାପତି ଭବାନୀ ଶଙ୍କର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରକାଶ ଥାଉକି, ସମ୍ମାନୀତ ଶିକ୍ଷକ ସନ୍ତୋଷ କୁମାର ସାହୁ ପୂର୍ବରୁ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଠାରୁ “କାଗଜ ଠୁଙ୍ଗା ମଣିଷ” ଭାବେ ସମ୍ମାନୀତ ହୋଇଥିବା ବେଳେ, ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲା ବିକାଶ ମେଳା ୨୦୨୪ରେ ଓଡ଼ଗାଁ ବ୍ଲକର "ପ୍ରକୃତି ବନ୍ଧୁ" ଭାବେ ସମ୍ମାନିତ ହୋଇଥିଲେ। ଏହା ସହ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ପ୍ରାପ୍ତ ଆଦର୍ଶ ଶିକ୍ଷକ ଭାବେ ପରିଚିତ। ଶିକ୍ଷା ସହ ସମାଜସେବାରେ ଅଗ୍ରଣୀ ଭୂମିକା ନିଭାଇ ଆସୁଥିବା ଶ୍ରୀ ସାହୁ ମୁଣ୍ଡପୋତା କେଳା ଜନଜାତିର ପାଞ୍ଚଜଣ ଅସହାୟ ପିଲାଙ୍କ ଶିକ୍ଷା ଦାୟିତ୍ୱ ନେଇ ଓଡ଼ଗାଁ ଅଞ୍ଚଳ ପାଇଁ ବେଶ ଜଣାଶୁଣା। ତାଙ୍କର ଏହି ସମାଜମୁଖୀ କାର୍ଯ୍ୟକଳାପକୁ ନେଇ ସମଗ୍ର ଅଞ୍ଚଳରେ ପ୍ରଶଂସା ପାତ୍ର ହୋଇପାରିଛନ୍ତି ।

0
0
0
s2sdefault