ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୩୧.୦୧.୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ,ଜଗତସିଂହପୁର ର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଯୋଗ ଦେଇଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ କୁଳମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ, କୃଷି, କଟକ ଡ଼ିଭିଜନ ଇଂ ପ୍ରଶାନ୍ତ କୁମାର ଜେନା, ଜିଲ୍ଲା କୃଷି ଅଧିକାରୀ, ଜଗତସିଂହପୁର ଶ୍ରୀ ବିଶ୍ୱଜିତ୍ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ, ତିର୍ତୋଲ, ଶ୍ରୀ ବିଭୁଦତ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ସଭାପତି ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଆଧୁନିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି କହିଥିଲେ। ।
ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା, ନିର୍ବାହୀଯନ୍ତ୍ରୀ କୃଷି, ଜଗତସିଂହପୁର କୁ କୃଷି ସଂଭାବନା ଜିଲ୍ଲା ଭାବେ ଅଭିହିତ କରି ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ପୂର୍ବକ ଜିଲ୍ଲା କୁ କୃଷି ରେ ଅଗ୍ରଣୀ କରିବାକୁ ଚେଷ୍ଟା କରିବାକୁ କହିଥିଲେ। କୃଷକ ବନ୍ଧୁ ମାନଙ୍କୁ କୃଷି ଭିତ୍ତିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ବ ଦେଇଥିଲେ।
ସଭାରେ ପୌରୋହିତ୍ୟ କରି ଶ୍ରୀଯୁକ୍ତ କୁଳମଣି ବାରିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଫାର୍ମ ଯାନ୍ତ୍ରିକିକରଣ ଓ ବୈଷୟିକ ଜ୍ଞାନ କୌଶଳ ର ପ୍ରୋତ୍ସାହନ କୃଷି କ୍ଷେତ୍ର ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି କହିଥିଲେ। ବର୍ତ୍ତମାନ ର ସମୟ ରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷିତ କରି କୃଷି କ୍ଷେତ୍ର ରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା କୃଷି ଅଧିକାରୀ, ଜଗତସିଂହପୁର ଶ୍ରୀ ବିଶ୍ୱଜିତ୍ ପଣ୍ଡା କୃଷି ଓ କୃଷକ ର ଉନ୍ନତିରେ ରାଜ୍ୟ ର ଉନ୍ନତି ସମ୍ଭବ ବୋଲି କହିଥିଲେ। ସେ କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୬୦ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା , ଯେଉଁଥିରୁ ୪୧ ଟି କେବଳ ଉନ୍ନତ ଯନ୍ତ୍ରପାତି ପ୍ରଦର୍ଶିତ ଷ୍ଟଲ୍ ରହିଛି।
ଏହି ସଭାରେ ଶେଷରେ ଜିଲ୍ଲା କୃଷି ଅଧିକାରୀ, ତିର୍ତୋଲ, ଶ୍ରୀ ବିଭୁଦତ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ମେଳାରେ ଗତ ୫ ଦିନ ଧରି ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ସରକାରୀ ଆର୍ଥିକ ସହାୟତା ର ସଚେତନତା ସହ ଅଗ୍ରଣୀ ଚାଷୀ ଙ୍କୁ ସମ୍ବର୍ଦ୍ଧନା , କୃଷକ ପରିଭ୍ରମଣ, ବୈଷୟିକ ଅଧିବେଶନ ସହ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗତ ତିନି ଦିନ ସେମିନାର କାର୍ଯ୍ୟକ୍ରମ ସମୟରେ ଚାଷୀ ମାନଙ୍କ ମଧ୍ୟରେ କୁଇଜ୍ କାର୍ଯ୍ୟକ୍ରମ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ନିମନ୍ତ୍ରିତ ଅତିଥି ମାନେ ଅଗ୍ରଣୀ ଚାଷୀ ଭାବେ ଜଗତସିଂହପୁର ର ଜତିପଦା ନନ୍ଦ, ବାଲିକୁଡା, ଜଯ଼ନ୍ତୀ ଜେନା, ବିରିଡି, ସୁବ୍ରତ ସ୍ୱାଇଁ, ଏରସମା, ସୁଭେନ୍ଦୁ କୁମାର ମୁଦୁଲି, ଜଗତସିଂହପୁର, ରାଜକିଶୋର ପାଢ଼ୀ, ନାଉଗାଁ, ସୁମନ୍ତ କୁମାର ସ୍ୱାଇଁ, କୁଜଙ୍ଗ, ନିମଇଁ ବାସ୍ତିଆ, ରଘୁନାଥପୁର, ରେବତୀ ମୋହନ୍ତୀ, ତିର୍ତ୍ତୋଲ କୁ ସମ୍ମାନିତ କରାଯାଇଥିଲା ଏବଂ ୩୦୦୦ ଟଙ୍କା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।
୫ ଦିନର ଏହି ମେଳାରେ ସର୍ବାଧିକ ବିକ୍ରେତା ଭାବେ କୁଜଙ୍ଗ ର ଜୟ କିସନ୍ ଆଗ୍ରୋ ମସିନେରି, ନାଉଗାଁ ର ସାଇରାମ ସାନିଟାରୀ ଷ୍ଟୋର ଏବଂ ହରେ କ୍ରିଷ୍ଣା ଏଜେନ୍ସି କୁ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ୩୦୦୦,୨୦୦୦ ଓ ୧୦୦୦ ର ପୁରସ୍କାର ରାଶି ପ୍ରଦାନ କରଯାଇଥିଲା। ଏହି ବିଜେତା ମାନେ ସେମାନଙ୍କ ପୁରସ୍କାର ରାଶି କୁ ଜିଲ୍ଲାପାଳ ଙ୍କ ରେଡକ୍ରସ ପାଣ୍ଠି କୁ ଦାନ କରିଛନ୍ତି।
ଏହି ଉଦଯାପନୀ ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଚାଷୀ ,ଏନ॰ଜି॰ଓ ର କର୍ମକର୍ତ୍ତା ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault