( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିବା ରମେଶ ଚନ୍ଦ୍ର ପ୍ରଧାନ ଗାଡ଼ି ଚଳାଇବା ବେଳେ ଅସାବଧାନତା ବଶତଃ ବାଘୁଆ ନଦୀ କୂଳ ଶ୍ମଶାନ ଘାଟରେ ଓଲଟି ପଡିଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନଭିଜ୍ଞ ରମେଶ ଟ୍ରାକ୍ଟର ରେ ଗୁଡ଼ି ନେଇ ଉକ୍ତ ସ୍ଥାନରେ ଢାଳିବାକୁ ଯାଇ ଏହି ଭଳି ଘଟଣା ର ସମୁଖୀନ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ।
- Hits: 7








