ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

29/01/2026,ଅଶୋକ ସାହୁ,: ନବରଙ୍ଗପୁର ମିଶନ ଶକ୍ତି ଗୃହ ଠାରେ ଜିଲ୍ଲାର ପିତାମାତା ଏବଂ ବରିଷ୍ଟ ନାଗରିକଙ୍କ ରକ୍ଷଣା ବେକ୍ଷଣ ଓ ନାଗରିକ ସୁରକ୍ଷା ଆଇନ୍ ୨୦୦୭ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ସଞ୍ଚାଳନ କରା ଯାଇଥିଲା। ସକାଳ ୧୦ ଘଟିକା ସମୟରେ ପ୍ରାୟ ୮୦ ରୁ ଅଧିକ ବରିଷ୍ଟ ନାଗରିକ ଏହି ଶିବିର ରେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ ଖୁଣ୍ଟିଆ ,ବରିଷ୍ଟ ନାଗରିକ ମଞ୍ଚ ର ସଭାପତି ଡ ରାଧାନାଥ ବେହେରା ,ବରିଷ୍ଠ ନାଗରିକ ମଞ୍ଚ ଗାଦବାଗୁଡ଼ା ର ସମ୍ପାଦକ ଅଲପ୍ରେଡ ଖୁରା ,ଭୁବନେଶ୍ୱର ଆସିଥିବା ରାଜ୍ୟ ପ୍ରୋଗ୍ରାମ କୋଡ଼ିନଟର ଶ୍ରୀମତୀ ଦେବଶ୍ରୀ ବ୍ରହ୍ମା, ଜିଲ୍ଲା ଶିଶୁ କଲ୍ୟାଣ ପ୍ରୋଗ୍ରାମ ଅଫିସର ରମା ପଟ୍ଟନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଅତିଥି ଭାବରେ ମଞ୍ଛାସିନ ହୋଇଥିଲ। ସ୍ବାଗତ ଏବଂ ଅତିଥି ପରିଚୟ ରେ ଶ୍ରୀ ପାତ୍ର ଏହା ଏକ ଉପାଦେୟ ବିଷୟ ଏହାକୁ ଜୀବନ ରେ ପ୍ରୟୋଗ କରିବାକୁ କହିଥିଲେ । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ହେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀ ଖୁଣ୍ଟିଆ ବିଶ୍ୱରେ ଅଧିକ ବୃଦ୍ଧାବୃଦ୍ଧ ମାନଙ୍କ ଦେଶ ହେବାକୁ ଭାରତ ଯାଇଛି ବୋଲି କହିଥିଲେ। ପ୍ରତ୍ୟେକ ପିତାମାତା ପୁଅଝିଅ ଙ୍କ ଉପରେ ନିର୍ଭର ନ ହୋଇ ସ୍ଵାଧୀନ ଭାବରେ ଚାଲିବାକୁ ଆହ୍ବାନ କରିଥିଲେ । ଭୁବନେଶ୍ୱର ରୁ ଆସିଥିବା ରାଜ୍ୟ ପ୍ରୋଗ୍ରାମ କୋଡ଼ିନଟର ଦେଵଶ୍ରୀ ବ୍ରହ୍ମା ବରିଷ୍ଟ ନାଗରିକ ମାନଙ୍କ ଉପରେ ରକ୍ଷଣା ବେକ୍ଷଣ ଓ ନାଗରିକ ସୁରକ୍ଷା ଦିଗରେ କାମ କରିଥିବା ଆଇନ ୨୦୦୭ ର ସମସ୍ତ ଦିଗ କୁବ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଡ ରାଧାନାଥ ବେହେରା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାରେ ବରିଷ୍ଟ ନାଗରିକ ଙ୍କ ଅସୁବିଧା ଏବଂ ଏହାର ସୁବିଧା ଉପରେ ଆଲୋକପାତ୍ କରିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀ ଖୁରା ସବୁ ସମସ୍ୟା କୁ ସମସ୍ୟା ନ ଭାବି ସୁଖ ଦୁଃଖ ର ଏକ ଅଙ୍କ ଭାବି ସମାଜରେ ଚାଲିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ରମା ପଟ୍ଟନାୟକ ସରକାର ସମସ୍ତ ସୁବିଧା ପର୍ଯ୍ୟାୟକ୍ରମେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ବରିଷ୍ଟ ନାଗରିକ ନାରାୟଣ ପଣ୍ଡା ଜିଲ୍ଲାରେ ଏକ ବୃହତ୍ ବାର୍ଦ୍ଧକ୍ୟ ଆଶ୍ରମ ର ଆବଶ୍ୟକତା ଅଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ଜଗନ୍ନାଥ ମହାପାତ୍ର,ନିରଞ୍ଜନ ମିଶ୍ର ,ସରୋଜିନୀ ହିଆଲ,ଚନ୍ଦ୍ର କୁମାର ଆଚାର୍ଯ୍ୟ,ପ୍ରଶାନ୍ତ କୁମାର ଭତ୍ରା, ସୁଶିଲ କୁମାର ମିଶ୍ର,ସଞ୍ଜୟ ଟାକ୍ରି ,ପ୍ରକାଶ ନାଗ,ବିଷ୍ଣୁ ମହାପାତ୍ର, କାର୍ଯ୍ୟ ପରିଚାଳକ ଯ୍ୟୋତି ମୟୀ ଡଙ୍ଗରି ଅନେକ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ ,ବୃନ୍ଦାବନ ବେବର୍ତ୍ତା , ସୁକୁନ୍ତଲା, ଭକ୍ତି ପ୍ରସାଦ ବେହେରା,ଇନ୍ଦ୍ରମଣି ମଙ୍ଗରାଜ, ସାମ ସନ୍ ,ମହେନ୍ଦ୍ର ଆଦି ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହାକୁ ଫକୀର କୁମାର ରାଉତ ପରିଚାଳନା କରିଥିବା ବେଳେ ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ।

0
0
0
s2sdefault