ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା।
କେନ୍ଦୁଝର,ତା୨୯/୧- କାଲି ସନ୍ଧ୍ୟାରେ ଯୋଡ଼ା ଅଂଚଳରୁ ନିଜ କାମ ଲାଗି କେନ୍ଦୁଝର ଆରଟିଓ ଅଫିସ ଆସିଥିବା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର କରଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମିଳିଛି କି ସାମ୍ବାଦିକ ଶ୍ରୀ କର ଆରଟିଓ ଅଫିସରେ କାମ ସାରି ଫେରୁଥିବା ବେଳେ ସନ୍ଧ୍ୟା ୬ଟା ପାଖାପାଖି କିଛି ଅପରାଧୀ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷା କହି ବାଉଁଶ ଠେଙ୍ଗାରେ ପିଟି ଆହତ କରିଥିଲେ। ସେମାନେ ଆରଟିଓ ମାନସ ସାହୁଙ୍କ ବିରୁଦ୍ଧରେ ବାର୍ତ୍ତା ଖବରକାଗଜରେ ପ୍ରକାଶିତ ନ୍ୟୁଜ କାହିଁକି ସେୟାର କରିଥଲୁ ବୋଲି ବାରମ୍ବାର କହୁଥିଲେ। ତେବେ ଟାଉନ ପୋଲିସ ଥାନା ପୋଲିସ ଖବର ପାଇ ଶ୍ରୀ କରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇ ଚିକିତ୍ସିତ କରିଥିଲା କିନ୍ତୁ ଅପରାଧୀ ମାନେ ଲୁଚି ଯାଇଥିଲେ। ତେଣୁ ଆଜି ଏହି ବାବଦରେ ସାମ୍ୱାଦିକ ଟାଉନ ଥାନାରେ ଏତଲା ଦେଇଛନ୍ତି ଯାହାକୁ ପଞ୍ଜିକରଣ କରି ପୋଲିସ ଘାଟଣାସ୍ଥଳକୁ ଯାଇ ତନାଘନା କରିଥିଲା। ଶ୍ରୀ କର ସେଠାରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଦେଖିବା ସହ କିପରି ଅପରାଧୀ ଆରଟିଓ ଅଫିସରେ ଆଡ୍ଡା ମାରି ଦୁର୍ନୀତିଗ୍ରସ୍ତଙ୍କ ବୋଲକରା ପୋଷା ହୋଇଛନ୍ତି ତଦନ୍ତ କରିବାକୁ ଦାବି କରିଛନ୍ତି। ଗଣ୍ଡଗୋଳ ସମୟରେ ଅପରାଧୀ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଅଡିଓ ମିଳିଥିବା ଜଣାଯାଇଛି ତେଣୁ ଅପରାଧୀ ତୁରନ୍ତ ଧରା ପଡ଼ିବେ ବୋଲି ଆଶା ଅଛି। ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ବାର୍ତ୍ତା ସମ୍ପାଦକ ଅଲେଖ ତ୍ରିପାଠୀ ଅପରାଧୀଙ୍କୁ ଧରି ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଆଇଜେୟୁ ରାଜ୍ୟ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଅପରାଧୀଙ୍କ ସାହସ ବଢ଼ି ଗଲାଣି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।








