ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଟୁଂଗିବନ୍ଧଲୀ ପଂଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଜେଡି ଯୁବ ନେତା ସୁବ୍ରତ ସିଂ ଯୋଗଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ୍ର ପ୍ରଜ୍ୱଳନ କରି ଡାକ୍ତର ଉତର କୁମାର ଚୌହାନ । ସମ୍ମାନୀତ ଅତିଥିଭାବରେ ସରପଂଚ ଶ୍ରୀମତୀ ଲଳିତା ଚେରଖିଆ,ସମିତି ସଭ୍ୟା ଗିତିକା ବରିହା,ପୂର୍ବତନ ସରପଂଚ ଗିରିଜା ଶଙ୍କର ଚୌହାନ ,ପଣ୍ଡିତ ଉଦ୍ଧବ ଚରଣ ଆଚାର୍ଯ୍ୟ ଓ ପୂର୍ବତନ ସରପଂଚ ସଂଜୟ ଚୌହାନ । ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସର ସୁପରଭାଇଜର ଶ୍ରୀମତୀ ଜୟନ୍ତୀ ଗଡତିଆ ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ କୃଷି ବିଭାଗର ଗ୍ରାମ ସେବକ ଯଜେ୍ଞଶ୍ୱର ମଲ୍ଲିକ କୃଷି ବିଭାଗରେ ଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ନୋଡାଲ ଅଫିସରଭାବରେ ବ୍ଲକର କନିଷ୍ଠ ଯନ୍ତ୍ରୀ ସୋନମ ବୋଷ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଣ୍ଡୋଲ ଗ୍ରାମର ୧୪ଟି ଏସଏଚଜି ଗୃପ,ମରେକେଲ ଗ୍ରାମର ୧୪ଟି ଏସଏଚଜି ଗୃପ,ଗୋଡପଡାର ୬ଟି ଏସଏଚଜି ଗୃପ,ମଥୁରାପାଲି ଗ୍ରାମର ୩ଟି ଏସଏଚଜି ଗୃପ ଓ ଟୁଙ୍ଗିବନ୍ଧଲୀ ଗ୍ରାମର ୨୭ଟି ଏସଏଚଜି ଗୃପକୁ ୧୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଶହେ ଜଣ ହିତାଧିକାରୀଙ୍କୁ ୪ଟି ଲେଖାଏଁ ଏଲଇଡି ବଲ୍ୱ,୭ଜଣଙ୍କୁ ରେସନ କାର୍ଡ ଓ ୧୦ଜଣଙ୍କୁ ଚଷମା ବଂଟନ କରାଯାଇଥିଲା । ବିଭିନ୍ନ ଏସଏଚଜି ଗୃପ ତରଫରୁ ପ୍ରସ୍ତୁତ ପିଠା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟୁଙ୍ଗିବନ୍ଧଲୀ ଗ୍ରାମର ଅଂଗନବାଡି କର୍ମୀ ବାସନ୍ତୀ ପଣ୍ଡା,ପଦ୍ମିନୀ କୁମ୍ଭାର,ସତ୍ୟବତୀ କଲେତ,ଉତରା ଖରର୍ସେଲ, ତାଣ୍ଡୋଲ ଗ୍ରାମର ଦିବ୍ୟସିନୀ ନାୟକ,ବୈଦର୍ଭି ସେଠ ଓ ନମିତା ବାରିକ, ମରେକେଲର ଯଶୋବନ୍ତୀ ବିଶି ଓ ମଥୁରାପାଲିର ଦୀପାଜଂଳୀ ଲୁହା ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଟୁଙ୍ଗିବନ୍ଧଲୀ ପଂଚାୟତର ନିର୍ବାହୀ ଅଧିକାରୀ ସନ୍ୟାସୀ ସେଠ ।
ରାଜ୍ୟ
ଟୁଙ୍ଗିବନ୍ଧଲୀରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ
- Hits: 758