ହେଡଲାଇନସ୍:

ଓଡ଼ଗାଁରେ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମାମୟ ପରିବେଶରେ ପାଳିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଡିଓ ପ୍ରିତିବାଳା ରଣା ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ


ଓଡ଼ଗାଁ,୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର ଓଡ଼ଗାଁ ମିନି ଷ୍ଟାଡିୟମରେ ଗରିମାମୟ ଓ ଆନନ୍ଦୋତ୍ସାହପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।
ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଓଡ଼ଗାଁ ଥାନାର ଆଇଆଇସି ସତ୍ୟନାରାୟଣ ବାରିକ, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏବଂ ସରକାରୀ–ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଦଳଗତ ନୃତ୍ୟର କୃତୀ ଅଂଶଗ୍ରହଣକାରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ଭାବଗ୍ରାହୀ ମହାପାତ୍ର କରିଥିବା ବେଳେ, ଶିକ୍ଷକ ପଞ୍ଚାନନ ପଣ୍ଡା ଓ ସାମାଜିକ ସୁରକ୍ଷା ବିଭାଗର କନିଷ୍ଠ ସହାୟକ ରାଜେଶ କୁମାର ନାୟକ ପରିଚାଳନା କରିଥିବାବେଳେ ସାର୍ଥକ ଷଡ଼ଙ୍ଗୀ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ଗାଁ ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ, ତହସିଲ କାର୍ଯ୍ୟାଳୟରେ ତହସିଲଦାର, ଏନଏସି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ, ଓଡ଼ଗାଁ ଥାନାରେ ଆଇଆଇସି, ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ, ଓଡ଼ଗାଁ କଲେଜରେ ରାଜକିଶୋର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡା. ନିଲାଞ୍ଜନ ଦାସ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ପତାକା ଉତ୍ତୋଳନ କରିଥିଲେ। ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ହୋଇଥିଲା।
ସ୍ଥାନୀୟ ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀରେ ଅଧ୍ୟକ୍ଷ ବିରେନ୍ଦ୍ର ସାହୁ, କୁରାଳ ରାଧାକୃଷ୍ଣ ଥିଏଟର ଦ୍ୱାରା ଆୟୋଜିତ କମନ ପ୍ୟାରେଡରେ ସରପଞ୍ଚ ବିଜନ ପାଇକରାୟ ଏବଂ ରଙ୍ଗଣୀପାଟଣା ବଡ଼ସାହିରେ ବିରେନ୍ଦ୍ର ସାହୁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ସମଗ୍ର ଓଡ଼ଗାଁ ଅଞ୍ଚଳରେ ଦେଶଭକ୍ତି, ଐକ୍ୟ ଓ ଜାତୀୟ ଗୌରବର ଆବହା ମଧ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।

0
0
0
s2sdefault