ହେଡଲାଇନସ୍:

ବଣିଆପାଟ ଶିଶୁ ମନ୍ଦିରର ବିଦ୍ୟାରମ୍ଭଯଜ୍ଞ ଓ ମାତୃସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୨୩/୧- ସ୍ଥାନୀୟ କଲେଜରୋଡସ୍ଥିତ ବଣିଆପାଟ ଶିଶୁ ମନ୍ଦିରର ମା ବାଗ୍ ଦେବୀଙ୍କ ପୂଜା ଅବସରରେ ବିଦ୍ୟାରମ୍ଭ ଯଜ୍ଞ , ସରସ୍ଵତୀ ପୂଜା ସଂଗେ ସଂଗେ ଅପରାହ୍ନରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ମା' ସରସ୍ଵତୀଙ୍କ ନିକଟରେ ନିଜର ଭକ୍ତିପୂତ ପୂଜାଅର୍ଘ୍ୟ ପ୍ରଦାନ କରିଥିଲେ । ଶିଶୁ ବାଟିକା ଶ୍ରେଣୀ ଶିଶୁଙ୍କ ବିଦ୍ୟାରମ୍ଭ ଯଜ୍ଞ ସହିତ ନୂତନ ଶିଣୁମାନଙ୍କ ଖଡିଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା । କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଶିଶୁମାନଙ୍କ ପାଲଙ୍କୀ ଯାତ୍ରା ବେଶ୍ ମନୋମୁଗ୍ଧକର ଥିଲା । ମାତୃସମ୍ମିଳନୀରେ ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ହୋଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଧରଣୀଧର ବିଶ୍ଵବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ ଶୁଭସ୍ମିତା ଦାସ ଯୋଗ ଦେଇ ମା' ମାନଙ୍କୁ ଉପାଦେୟ ବକ୍ତବ୍ଯ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଭାଗୀରଥି ଗିରି ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ହୃଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଏଥିରେ ସହଯୋଗ କରିଥିଲେ ।

0
0
0
s2sdefault