ହେଡଲାଇନସ୍:

ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିରିପୁର ଗ୍ରାମରେ ଶ୍ରୀ ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆସନ୍ତା ଫେବ୍ରୁୟାରୀ ମାସ ଚବିଶି ତାରିଖରୁ ଅଠେଇଶ ତାରିଖ ପର୍ଯ୍ୟନ୍ତ ଚବିଶି ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ I ଏହା ସହିତ ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି I ଏହି ଅବସରରେ ପାରମ୍ପରିକ ବାଦ୍ୟ ବାଜଣା, ଗିନି,ମୃଦଙ୍ଗ ଆଦି ପଟୁଆରରେ ଶୁଭଖୁଣ୍ଟିକୁ ଯଜ୍ଞ ସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇ ପୋତା ଯାଇଥିଲା I ହରିବୋଲ ହୁଳୁହୁଳି ରେ ଗ୍ରାମ ପ୍ରକମ୍ପିତ ହୋଇଥିଲା I କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ I

0
0
0
s2sdefault