କେନ୍ଦ୍ରାପଡ଼ା:୨୩/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ଭୁବନେଶ୍ୱର ଲୋକସେବା ଭଵନ କନଭେନସନ ସେଣ୍ଟରଠାରେ ଗତକାଲି ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଝିଅ ପ୍ରାଚୀ ପ୍ରିୟଦର୍ଶିନୀ ରାଉତ ରାଜ୍ୟସ୍ତରୀୟ ଵକ୍ରୁତା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି | ସେହିପରି ଡେରାବିଶ ବ୍ଲକର କେତକୀ ପ୍ରଭା ସାହୁ ଶ୍ରେଷ୍ଠ ମହିଳା କୃଷକ ଏବଂ ଶ୍ରେଷ୍ଠ ପାଣିପଞ୍ଚାୟତ ଭାବେ ପୌଲସ୍ତି ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକକୁ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି | ଜଳସମ୍ପଦର ବିଭାଗର ସହକାରୀ ଯନ୍ତ୍ରୀ ଭଞ୍ଜ କିଶୋର ରାଉତ ଓ ଡ୍ରାଫ୍ଟମ୍ୟାନ ଗିରିଜା ଶଙ୍କର ମହାପାତ୍ର ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ସମସ୍ତ କାର୍ଯ୍ୟକୁ ସଫଳ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲାପାଇଁ ଗୌରବ ଆଣିଥିବା ଛାତ୍ରୀ ଓ ଶ୍ରେଷ୍ଠ ପାଣିପଞ୍ଚାୟତକୁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଜଣାଇବା ସହ ଏହି ସଫଳତା ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନଙ୍କ ଅନ୍ତରିକ ସାହାଯ୍ୟ ଓ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି |
ରାଜ୍ୟ
ପାଣି ପଂଚାୟତ ପକ୍ଷ -୨୦୨୬: ରାଜ୍ୟସ୍ତରୀୟ ଉଦଯାପନୀରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରସ୍କୃତ ।
- Hits: 6








