ହେଡଲାଇନସ୍:

ନେତାଜୀ ୟୁଥ କ୍ଲବର 34 ତମ ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଲୁଗାଁ:(ସେକ୍ କୌସର):ବାଲୁଗାଁ ପୌରାଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେତାଜୀ ୟୁଥ କ୍ଲବର 34 ତମ ବାର୍ଷିକ ଉତ୍ସବ ତଥା 130ତମ ନେତାଜୀ ଜୟନ୍ତୀ ଅନୁଷ୍ଠାନର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ ଦଧିବାମନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ l ଏହାପରେ ମଞ୍ଚ ସଂଯୋଜକ ରାମଚନ୍ଦ୍ର ସେନାପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ପ୍ରଭାସ କୁମାର ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଓ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଯୋଗଦେଇ ଭାରତୀୟ ଜାତୀୟ ସଂଗ୍ରାମରେ ଅସୀମ ପରାକ୍ରମ ପ୍ରଦର୍ଶନ କରି ଆଜାଦ ହିନ୍ଦ ଫୌଜ ମାଧ୍ୟମରେ ନେତାଜୀ ସୁବାଷ ବୋଷ ବ୍ରିଟିଶ ସରକାର ବିରୋଧରେ ଯେଉଁ ବିପ୍ଳବର ବହ୍ନି ପ୍ରଜ୍ବଳନ କରିଥିଲେ, ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ନେତାଜୀ ସମଗ୍ର ବିଶ୍ୱରେ ଜଣେ ନିର୍ବିବାଦୀୟ ପରାକ୍ରମୀ ନେତା ଭାବେ ଯେଉଁ ଦୃଷ୍ଟାନ୍ତ ରଖିଯାଇଛନ୍ତି ତାହା ବିଶ୍ୱରେ ବିରଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥିଭାବେ ଉପଦେଷ୍ଟା ସଞ୍ଜୟ କୁମାର ପଣ୍ଡା ଯୋଗଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଅସୀମ ତ୍ୟାଗ ଓ ସାହସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ଗତ ଦୁଇଦିନ ଧରି ଦୁଇଶହରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଖେଳ, କୁଇଜ,ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଂଗୀତ, ନୃତ୍ୟ,କୌତୁକ ପୋଷାକ, ଏକକ ଅଭିନୟ ଆଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ l ଏଥିସହ ବିଭିନ୍ନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ଭାବେ ଦଧିବାମନ ୱାରିଆର ଓ ଉପବିଜେତା ଭାବେ ସମନ୍ତରାପୁର ଟାଇଗର ଦଳକୁ କ୍ଲବ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ ସୌମ୍ୟକାନ୍ତ ତ୍ରିପାଠୀ l ଏହାପରେ ପୌରାଞ୍ଚଳ ଅନ୍ତର୍ଗତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ରତିକାନ୍ତ ତ୍ରିପାଠୀ, ପବିତ୍ର ପଣ୍ଡା, ତ୍ରିପୁରାରୀ ତ୍ରିପାଠୀ ପ୍ରମୁଖ ସ୍ବେଛାସେବୀମାନେ ପରିଚାଳନା କରିଥିଲେ l

0
0
0
s2sdefault