ଘଟଣା ସ୍ଥଳରୁ ଶୁକ୍ରବାର ଅନ୍ୟ ଏକ ବୋମା ନିଷ୍କ୍ରିୟକାରୀ ଦଳଙ୍କ ଦ୍ବାରା ଉଦ୍ଧାର,ପୋଲିସ ତଦନ୍ତର ଯୋରଦାର,
ଓଡ଼ଗାଁ, ୨୩।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଗୁଉମି କାମ୍ପଲା ରାସ୍ତା କଲଭଟ କାନ୍ଥ ଉପରେ ବସିଥିବା ୧୦ ଶ୍ରେଣୀ ଛାତ୍ରର ବାମହାତ ପାପୁଲି ଗୁରୁତର ଭାବେ କ୍ଷତାକ୍ତ ହୋଇଥିବା ଘଟଣା ଏକ ଜୀବନ୍ତ ବୋମା ଦ୍ବାରା ହୋଇଥିବା ଜଣାଯିବା ପରେ ଓଡ଼ଗାଁ ପୋଲିସ ଠାରୁ ଖବରପାଇ ନୟାଗଡ଼ ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳ ସେହି ଦୃଘଟଣା ସ୍ଥଳରୁ ଶୁକ୍ରବାର ଅନ୍ୟ ଏକ ଜୀବନ୍ତ ବୋମା ଉଦ୍ଧାର କରିବା ପରେ ଓଡ଼ଗାଁ ଶରଣକୁଳ ଏସଡିପିଓ, ଓଡ଼ଗାଁ ଆଇଆଇସି ଓ ବାଡାଝୋଲା ଫାଣ୍ଡି ଅଧିକାରୀ ତଦନ୍ତକୁ ଯୋରଦାର କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଗୁମି ବୃନ୍ଦାବନ ନିଶକଙ୍କ ପୁଅ କାପ୍ତାପଲ୍ଲୀ ହାଇସ୍କୁଲ ୧୦ ଶ୍ରେଣୀ ଛାତ୍ର ଡାକ ନିଶଙ୍କ(୧୪) ସ୍କୁଲରୁ ଫେରିବା ପରେ ଅନ୍ୟଜଣେ ସାଥୀକୁ ନେଇ କୋଳି ତୋଳିବା ଉଦେଶ୍ୟରେ କାମ୍ପଲା ରାସ୍ତା ଆଡ଼କୁ ଯାଉଥିଲେ । ଉଠାଣି ରେ ହାଲିଆ ହୋଇ ପଡିବାରୁ ଡାକ କଲଭଟ କାନ୍ଥ ଉପରେ ବିଶ୍ରାମ ନେଲା । ଅନ୍ୟ ସାଥୀ ଜଣକ ସାଇକେଲ ନେଇ କୋଳି ଗଛ ଆଡ଼କୁ ଯାଇଥିଲା । ଖୁବ୍ ଯୋରରେ ଶବ୍ଦ ହେବାରୁ ସାଙ୍ଗ କଲଭଟ ପାଖକୁ ଆସି ଦେଖିଲା ବେଳକୁ ଡାକର ବାମହାତ ଗୁରୁତର ଭାବେ ଛିନଛତର ହୋଇ ରକ୍ତାକ୍ତ ହୋଇ ଯାଇଥିଲା। ସାଙ୍ଗ ଜଣକ ନିଜ ସୁଇଟରରେ ଡାକ ହାତ ପାପୁଲିକୁ ବାନ୍ଧି ଦେଇଥିବା ବେଳେ ଏହି ସମୟରେ ସେହି ପଥ ଦେଇ ଆସୁଥିବା ଏକ ମାରୁତି ଭ୍ୟାନରେ ତାକୁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶରେ ଡାକକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଶରଣକୁଳ ଏସଡିପିଓ ଦିପ୍ତୀ କାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟ ନାରାୟଣ ବାରିକ ଏବଂ ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ଦେବରାଜ ମଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସେଠାରେ ଖୋଜାଖୋଜି ପରେ କିଛି ନପାଇ ଫେରିଯାଇଥିଲେ । ଆଜି ଶୁକ୍ରବାର ଦୃଘଟଣା ସ୍ଥଳ ନିକଟରେ ଆଉଏକ ବୋମା ପଡ଼ିଥିବା ସୂଚନା ମିଳିବା ପରେ ବିରଞ୍ଚି ନାରାୟଣ ବେହେରା ଏବଂ କାପ୍ତାପଲ୍ଲୀ ସରପଞ୍ଚ ଘଟଣା ସ୍ଥଳକୁ ଯାଇ ବୋମା ପଡ଼ିବା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଗୁମି ଗାଁରେ ପୋଲିସ ପୂର୍ବରାତି ଘଟଣାର ତଦନ୍ତ କରୁଥିବା ବେଳେ ଖବରପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏବଂ ନୟାଗଡ଼ ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦେଇଥିଲେ । ନିଷ୍କ୍ରିୟକାରୀ ଦଳ ଘଟଣାରେ ପହଁଞ୍ଚିବା ପରେ ଅନ୍ୟ ଏକ ବୋମା ଉଦ୍ଧାର ହୋଇଥିଲା ।








