ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଏବଂ ଆତ୍ମନିର୍ଭର ଓ ସ୍ବଦେଶୀ ମେଳାରେ ବରିଷ୍ଠ କଳାକାରମାନେ ସମ୍ବର୍ଦ୍ଧିତ ହେଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

\କେନ୍ଦୁଝର,ତା ୨୨/୧- ଚଳିତ ମାସ ୧୫ ତାରିଖରୁ ୨୧ ତାରିଖ ଯାଏ କାଳୀ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଏବଂ ଆତ୍ମନିର୍ଭର ଓ ସ୍ଵଦେଶୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଶତାଧିକ ଷ୍ଟଲ ପଡ଼ିଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଆସି ନିଜ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆଣି ବିକ୍ରୀ କରିଥିଲେ। ତେବେ ଏହି ଅବସରରେ ମେଳା ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାତ ଦିନ ବ୍ୟାପୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ କଳାକାର ମାନେ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଏଣୁ ବରିଷ୍ଠ କଳାକାର ତଥା କାର୍ଯ୍ୟକ୍ରମର ବିଚାରକ ଗାୟକ ଶ୍ରୀ ନିରଞ୍ଜନ ମହାକୁଡ଼,ନାଥୁରାମ ମହାନ୍ତ ଏବଂ ନଟବର ମହାନ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ମିଶନ ଶକ୍ତି ଅଧିକାରୀଙ୍କ ପକ୍ଷରୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

0
0
0
s2sdefault