ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-- ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଛବିଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଶିଶୁ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ କାର୍ଯ୍ୟକ୍ରମ କୁ ସ୍ଵାଗତ କରିବା ସହିତ ସାମୁହିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ରଞ୍ଜନ କୁମାର ଦେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥଲେ ଏହି ଅବସରରେ ଶିକ୍ଷା ମନୁଷ୍ୟ ଜୀବନ ର ଗୋଟିଏ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପା ମୁଦ୍ରା ରଥ ଯୋଗ ଦେଇ ଶିଶୁ ମାନେ ଠିକ୍ ଭାବେ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ଅନୁଷ୍ଠାନ ର ଗୁରୁଜୀ ଓ ଗରୁମା ମାନଙ୍କ ସହିତ ସର୍ବଦା ଯୋଗା ଯୋଗ ରେ ରହିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସି ଆର ସି ସି ରମେଶ ଚନ୍ଦ୍ର ପାଣିଗ୍ରାହୀ, ବୈଦିକ ବାସ୍ତୁ ବିଶାରଦ ତଥା ସଂସ୍କୃତି ଗବେଷକ ଡକ୍ଟର ସନ୍ୟାସୀ ମହାରଣା ଓ ଅନୁଷ୍ଠାନ ର ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନ ଯିବୀ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ଅନୁଷ୍ଠାନ ର ଗୂରୁମା ଓ ଗୁରୁଜୀ ମାନଙ୍କ ତ୍ୟାଗ କୁ ଭୂୟସୀ ପ୍ରଶଂସା କରିଥିଲେ। ଚିନମ ସନତ କୁମାର ସୁବୁଦ୍ଧି ସଭାରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥଲେ। ଅନୁଷ୍ଠାନ ପାଇଁ ସୁନାମ ଆଣିବା ତଥା ବିଭିନ୍ନ ପରୀକ୍ଷା ରେ କୃତିତ୍ୱ ପାଇଁ ସାଇସ୍ମିତା ପଣ୍ଡା, ଦୀପିକା ବେହେରା ଓ ସ୍ମୃତି ରଞ୍ଜନ ବିଷୋୟୀ ଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଆଗରୁ ଅନୁଷ୍ଠିତ
ହୋଇଯାଇଥିବା ବିଭିନ୍ନ ବର୍ଗ ର ଖେଳ କୁଦ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରି ଶିଶୁ ଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ର ରାହୁଲ ଗୌଡ କ୍ରୀଡା ଚାମ୍ପିଅନ ପୁରସ୍କାର ପାଇଥିଲେ। ସୂର୍ଯ୍ୟ ନମସ୍କାର ପ୍ରତିଯୋଗୀତା ରେ ୩୭୮ ଥର ସୂର୍ଯ୍ୟ ନମସ୍କାର କରି ଅସ୍ମିତା ସାହୁ ଚାମ୍ପିଅନ ପୁରସ୍କାର ଗ୍ରହଣ କରିଥିଲେ। ପ୍ରାତଃ ବିଭାଗ ରେ ସର୍ବୋଚ୍ଚ ନମ୍ୱର୍ ରଖି ସମ୍ବିତ ଶତପଥୀ, ଦିବା ବିଭାଗ କ ରେ ଦିବ୍ୟଂସୂ ନାୟକ, ଦିବା ବିଭାଗ ଖ ରେ ସ୍ନେହାସିଶ ନାୟକ ପୁରସ୍କାର ପାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଲଭଲି ପଣ୍ଡା ପୁରସ୍କାର ପ୍ରାପ୍ତ କରିଥିଲେ। ଶେଷ ରେ ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ପୂର୍ବତନ ଛାତ୍ରୀ ଶୁଭ ଦର୍ଶିନି ଓ ରାଧାରାଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁକାନ୍ତ ଗୁରୁଜୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ। ଶୁଭଶ୍ରୀ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିବା ସହିତ ମଞ୍ଚ ସଂଯୋଜୋନା କରିଥିଲେ ।
ରାଜ୍ୟ
ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ୨୬ ତମ ବାର୍ଷିକ ଉତ୍ସବ ପାଳିତ
- Hits: 4








