ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ କିଡନି ରୋଗରେ ପୀଡିତ ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଡେରୁଣିଆର ଅଗ୍ରଣୀ ସ୍ୱେଛାସେବୀ ସଂସ୍ଥା “ହେଲ୍ପ ଫର ପିପୁଲ” ତରଫରୁ ଆଜି ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି |ଦୀର୍ଘ ସମୟ ଧରି କିଡନି ଜନିତ ରୋଗରେ ପୀଡିତ ସତ୍ୟପ୍ରକାଶ ସ୍ୱାଇଁ ଚିକିତ୍ସା ଓ ପରିବାର ଚାଳନା ପାଇଁ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ |ଏହି ଅବସ୍ଥା ସମ୍ପର୍କରେ ଜାଣିବା ପରେ “ହେଲ୍ପ ଫର ପିପୁଲ” ସଂସ୍ଥା ପକ୍ଷରୁ ତୁରନ୍ତ ଆଗକୁ ଆସି ସାହାଯ୍ୟ ରାଶି ପ୍ରଦାନ କରାଯାଇଛି|ଏହି ଅବସରରେ ସଂସ୍ଥାର ସଦସ୍ୟମାନେ କହିଥିଲେ ଯେ ଅସହାୟ ଓ ରୋଗାକ୍ରାନ୍ତଙ୍କୁ ସହଯୋଗ କରିବା ହିଁ ସଂସ୍ଥାର ମୂଳ ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ସେବା ଜାରି ରହିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି |ଏହି ଅସମୟରେ ମିଳିଥିବା ଏହି ସାହାଯ୍ୟ ପାଇଁ ସତ୍ୟପ୍ରକାଶ ସ୍ୱାଇଁ ଓ ତାଙ୍କ ପରିବାର ପକ୍ଷରୁ ସଂସ୍ଥାକୁ କୃତଜ୍ଞତା ଜଣାଇଥିବା ବେଳେ ଅଞ୍ଚଳ ବାସୀମାନେ ଏହି ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି |








