
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ,ତା.୨୨/୦୧/୨୦୨୨: ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ନିମନ୍ତେ ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆ ଠାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଅଭ୍ୟାସ ପ୍ୟାରେଡ୍ ତା: ୨୧ ଓ ୨୨ ଦୁଇଦିନ ହେଲା ଅନୁଷ୍ଠିତ ହୋଇଯାଇଛି।
ସାରା ଦେଶ ଚଳିତ ବର୍ଷ ପାଳନ କରିବାକୁ ଯାଉଛି, ୭୭ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏଥିନିମିତ୍ତ ଦେଶର ପ୍ରତ୍ୟେକ ବିଦ୍ୟାଳୟ ମହାବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ନିଜକୁ ଓ ନିଜ ଅନୁଷ୍ଠାନ କୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କରରେ ବିଭିନ୍ନ ବିଷୟରେ ଅନେକ ପ୍ରତିଯୋଗୀତା ମାନ ଏଥିନିମିତ୍ତ ଅନୁଷ୍ଠିତ ହୋଇଯାଇଛି। ସେହିପରି ଭାବରେ ଉପଖଣ୍ଡ ସ୍ତରୀୟ ଭଞ୍ଜନଗର ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସବ ନିମିତ୍ତ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୭୭ ତମ ସାଧାରଣତନ୍ତ୍ର ଦିବସ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗ ଏନ୍.ସି.ସି ଆର୍ମି, ଏନ୍.ସି.ସି ଆର୍ମି ଉଇଂଗ୍, ନାଭାଲ୍,ସ୍କାଉଟ୍,ଗାଇଡ୍,ସିଭିଲିୟନ,ଓ ରେଡକ୍ରସ୍ ବିଭାଗ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ପ୍ୟାରେଡ୍ ଅନୁଷ୍ଠିତ ହେଵ। ସେଥିନିମିତ୍ତ ପୂର୍ବ ନିର୍ଦ୍ଧାରିତ ପ୍ରଶାସନିକ ଅଧିକାରୀ ମାନଙ୍କ ବୈଠକ ର ନିଷ୍ପତ୍ତି କ୍ରମେ ଉକ୍ତ ଅଭ୍ୟାସ ପ୍ୟାରେଡ୍ ନିମିତ୍ତ ଦୁଇଦିନ ଧରି ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆ ଠାରେ ଛାତ୍ରଛାତ୍ରୀ ମାନଙ୍କ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଛି। ଉକ୍ତ ଅଭ୍ୟାସ ୨୩ ଗୋଟି ଦଳର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଚଳିତ ୭୭ ତମ ସାଧାରଣତନ୍ତ୍ର ଦିବସ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ଆଜିର ଏହି ଅଭ୍ୟାସ ପ୍ୟାରେଡ୍ ରେ ଅବସର ପ୍ରାପ୍ତ ସୈନିକ କର୍ମଚାରୀ ସଂଘର କିଛି ସଦସ୍ୟ, କେ.ଏସ୍.ୟୁ.ବି କଲେଜ୍ ର ଏନ୍.ସି.ସି ଆର୍ମି ଓ ନାଭାଲ୍ ଉଇଂଗ୍ ଅଫିସର୍ ସେହିପରି ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଏନ୍.ସି.ସି ଆର୍ମି ଓ ଆର୍ମି ଉଇଂଗ୍ ଅଫିସର୍ ମାନେ ଯୋଗଦାନ କରିଥିଲେ। ତତ୍ ସହିତ ଏସ୍.ଡି.ଆଇ.ପି.ଆର୍.ଓ ସନ୍ତୋଷ କୁମାର ନାୟକ ଙ୍କ ସହିତ ଉକ୍ତ ବିଭାଗ ର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ପଡ଼ିଆରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ନିରିକ୍ଷଣ କରି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ରାଜ୍ୟ
ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆ ଠାରେ ଛାତ୍ରଛାତ୍ରୀ ମାନଙ୍କ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ
- Hits: 15








