ନୟାଗଡ଼(ବିଶ୍ୱଜିତ ନାୟକ) :-ଚଳିତବର୍ଷର ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ ରଥକାଠ । ଆସନ୍ତା ଶ୍ରୀପଞ୍ଚମୀତିଥିରେ ଅନୁକୂଳ ହେବ ରଥକାଠ । ଏନେଇ ବିଧିବଦ୍ଧ ଭାବେ ନୟାଗଡ଼ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରୁ ପୂଜାର୍ଚ୍ଚନା ପରେ ତିନୋଟି ଟ୍ରକ ବାହାରିଛି ପୁରୀ ଅଭିମମୁଖେ । ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳର ଚଢ଼େୟାପଲ୍ଲୀ ଟାକେରା ସେକ୍ସନରୁ ତିନି ଟ୍ରିପ୍ କାଠ ପୁରୀକୁ ପଠାଯାଇଛି । ତିନୋଟି ଟ୍ରକରେ 83 ଖଣ୍ଡ ଅସନ ଓ ଧଉରା କାଠ ରହିଥିବା ବେଳେ, ଆଉ ସେଥିରେ 40 ଖଣ୍ଡ ଅସନ ଏବଂ 43 ଖଣ୍ଡ ଧଉରା କାଠ ରହିଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ତିନି ଖଣ୍ଡ ଅସନ ଓ ଧଉରା କାଠର ଆବଶ୍ୟକତା ରହିଛି । ବଡଦାଣ୍ଡ ରଥଖଳାରେ ଏହି କାଠ ପୂଜା କରାଯାଇ ରଥ ନିର୍ମାଣ କାଯ୍ୟ ଆରମ୍ଭ କରାଯିବ।ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ 818ଟି ରଥକାଠର ଆବଶ୍ୟକତା ରହିଥିବାର ସୂଚନା ଦିଆଯାଛି । ବୌଦ୍ଧ, ରେଢାଖୋଲ, ଘୁମୁସର ଉତ୍ତର ଓ ଦକ୍ଷିଣ, ବାମରା, ସୁବର୍ଣ୍ଣପୂର ଆଦି ଡିଭିଜନରେ କାଠ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରୁ ବିଭିନ୍ନ ପର୍ଯ୍ୟାୟରେ ରଥକାଠ ପୁରୀରେ ପହଞ୍ଚିବ ।
ରାଜ୍ୟ
ପୁରୀ ଅଭିମୁଖେ ପ୍ରଥମ ପର୍ଯ୍ୟାୟ ରଥକାଠ
- Hits: 27








