ଜଗତସିଂହପୁର,ତା-୨୦.୦୧.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ରବି ଋତୁ ୨୦୨୫-୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା।ଚାଷୀ ମାନଙ୍କ ନିମନ୍ତେ ସରକାର ବହୁତ୍ ଯୋଜନା କରିଛନ୍ତି। କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ ହେବା ଆବଶ୍ୟକ। ଜିଲ୍ଲା ରେ ଏହିସବୁ ଯୋଜନା ଗୁଡିକୁ ବିଭିନ୍ନ କୃଷକ ସମ୍ପର୍କ ମେଳା, କୃଷି ସଚେତନତା କାର୍ଯ୍ୟକ୍ରମ , ଅଡିଓ ଭିଡିଓ କ୍ଲିପ୍, ୱାଲ ପେଣ୍ଟିଂ ଆଦି ଜରିଆରେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅର୍ଗାନିକ ଫାର୍ମିଂ, ଫାର୍ମ ପଣ୍ଡ ର ସଦୁପଯୋଗ କରିବା ପାଇଁ ଜିଲ୍ଲାପାଳ କହିଥିଲେ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସି ଏମ୍ କିଷାନ ଯୋଜନା,ପି ଏମ୍ କେ ୱାଇ ଯୋଜନା ରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ ଯେପରି ନିଜ ନିଜର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,ଏବଂ ସମବାୟ ବିଭାଗ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ସାର ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନା ଓ ସବସିଡି ବାବଦରେ କୃଷି ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ସହିତ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ କହିଲେ ଯେ, ତଳିଆ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଫସଲ କ୍ଷତି ହେବାର ଆଶଙ୍କା ରହୁଛି। ସେଥିପ୍ରତି ଦୃଷ୍ଟି ରଖି ସମସ୍ତ ସୁବିଧା କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୁଳମଣୀ ବାରିକ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ଚଳିତ ରବି ଋତୁରେ ସମସ୍ତ ଫସଲ କୁ ମିଶାଇ ମୋଟ ୭୫,୯୮୦ ହେକ୍ଟର ଜମିରେ କୃଷିକାର୍ଯ୍ୟ ନିର୍ଦ୍ଧାରଣ କରାଯାଇଛି।ସେଥିମଧ୍ୟରୁ ୨୬୫୦ ହେକ୍ଟର ରେ ଖାଦ୍ୟଶସ୍ୟ,୬୮୭୮୦ହେକ୍ଟର ରେ ଡାଲି ଜାତୀୟ ଫସଲ ,୪୨୫୦ ହେକ୍ଟର ରେ ତୈଳ ବୀଜ,୩୦୦ହେକ୍ଟର ରେ ଆଖୁ ଚାଷ ନିମନ୍ତେ ଲକ୍ଷ ଧାର୍ଯ୍ୟ ରହିଛି। ତାଳଦଣ୍ଡା,ମାଛଗାଁ, ମହାନଦୀ ବ୍ୟାରେଜ୍ ଡିଭିଜନ, ଉଠା ଜଳସେଚନ ପଏଣ୍ଟ, ନଳକୂପ ମାଧ୍ୟମରେ ୨୪୨୪୭ ହେକ୍ଟର ଜମିରେ ଏବଂ ଅନ୍ୟ ଜଳସେଚନ ମାଧ୍ୟମ ରେ୩୯୮୫୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ୧୦୫ କ୍ଵିଣ୍ଟାଲ ସୋରିଷ ବିହନ,୩୦୦ କ୍ଵିଣ୍ଟାଲ ଚିନା ବାଦାମ ପାଇଁ ଇଣ୍ଡେଣ୍ଟ ଦିଆଯାଇଛି। ଜିଲ୍ଳାର ଚାଷୀ ମାନଙ୍କୁ ସମବାୟ ଓ ବିଭିନ୍ନ ବ୍ୟାଙ୍କ୍ ଜରିଆରେ ୧୭୪୧୪୬.୨୮ ଲକ୍ଷ ଋଣ ଟଙ୍କା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ ରହିଛି। ଉନ୍ନତ କୃଷି ଯନ୍ତ୍ରପାତି ର ବ୍ୟବହାର, ଡାଲି ଜାତୀୟ ଶସ୍ୟ ଅମଳ ବୃଦ୍ଧି,ଇଣ୍ଟିଗ୍ରେଟେଡ୍ ମାଇକ୍ରୋନିଉଟ୍ରିଏଣ୍ଟ ପରିଚାଳନା, ସିଡ ଭିଲେଜ ପ୍ରୋଗ୍ରାମ,ଇ - ପେଷ୍ଟ , ସରଭେଲାନ୍ସ ମାଧ୍ୟମରେ କୀଟ ଦମନ ,ଜୈବସାର, ଭର୍ମିକମ୍ପୋଷ୍ଟ,ମିଲେଟ ମିଶନ,ଟ୍ରାକ୍ଟର ସାହାଯ୍ଯ ରେ ମଞ୍ଜି ବୁଣା ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଇଛି।ଚାଷୀ ମାନଙ୍କୁ ୨୨୯୭ କିଲୋଏନ୍ ପି କେ ସାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ବୈଠକରେ ଆଖୁ ଚାଷ, ଇନଟିଗ୍ରେଟେଡ ଫାର୍ମିଂ ସିଷ୍ଟମ,ବିହନ ଯୋଗାଣ, ରାସାୟନିକ ସାର,ଫସଲ ସୁରକ୍ଷା, ମୃତ୍ତିକା ପରୀକ୍ଷଣ, ଶ୍ରୀ ଅନ୍ନ ଅଭିଯାନ, ତୈଳବୀଜ ଚାଷ, ଜାତୀୟ ଖାଦ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବ୍ଲକ କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ, କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ରବି ଋତୁ ୨୦୨୫-୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ
- Hits: 6








