ଏନ୍ଏସି ସ୍ତରୀୟ ସମୁହ ରାଷ୍ଟ୍ର ଗୀତ ଗାନ ଓ ପୁରସ୍କାର ବିତରଣ
ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଦ୍ବାରା ଆୟୋଜିତ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକ ପାଳନ ଅବସରରେ ପ୍ରାୟ ୭ଶହ ବିଦ୍ୟାର୍ଥୀଙ୍କ ଗହଣରେ ସମୁହ ଗାନ, ସ୍ବଦେଶୀ ସଙ୍କଳ୍ପ ପତ୍ର ପାଠ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ୍ ରୋଡ କଲ୍ୟାଣୀ ମଣ୍ଡପ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ମୁଖ୍ୟ ଅତିଥି ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଏବଂ ବିଡିଓ ପ୍ରିତିବାଳା ରଣା, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚତୁଃପାର୍ଶ୍ଵକୁ ସ୍ବଚ୍ଛ ରଖିଲେ ସବୁଜ ସୁନ୍ଦର ସହିତ ସ୍ବଚ୍ଛତା ବିକ୍ଷିତ ହେବା ସହ ଆତ୍ମନିର୍ଭର ଭାରତ ଗଠନ ହୋଇପାରିବ। ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ଗୁଞ୍ଜରିତ ହେଲେ, ସବୁରି ମନ ପ୍ରାଣରେ ଜାତୀୟ ଭାବ ଜାଗ୍ରତ ହେବ। ତେଣୁ ପ୍ରତ୍ୟେକ ଭାରତୀୟ ବନ୍ଦେ ମାତରମ୍ ଗାଇବା ଆବଶ୍ୟକ ରହିଛି ବୋଲି ଅତିଥିମାନେ କରିଥିଲେ। ଭାରତୀୟ ଉତ୍ପାଦର ଅଧିକ ବ୍ୟବହାର, ଅନ୍ୟ ଦେଶର ବସ୍ତୁ ବଦଳରେ ନିଜ ଦେଶରେ ତାର ବିକଳ୍ପକୁ ବାଛିବା, ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ଦେବା, ବର୍ତ୍ତମାନର ଯୁବପିଢ଼ୀ ନୂଆ ପିଢ଼ିକୁ ସ୍ବଦେଶୀ ଗ୍ରହଣ ପାଇଁ ଉତ୍ସାହିତ କରିବା, ଭାରତୀୟ ଭାଷାର ବ୍ୟବହାର, ପରିବେଶ ପ୍ରତି ଯତ୍ନବାନ, ସ୍ବଦେଶୀ ଏବଂ ପରିବେଶ ଅନୁକୂଳ ଉତ୍ପାଦର ବ୍ୟବହାର ସହିତ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଥମିକତା ଦେବା । ଆମ କୃଷି ଏବଂ ଆମ କାରିଗରୀ କୌଶଳ ଆମ ପାଇଁ ମହାନ ବୋଲି ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରାୟ ୭ଶହ ଅଂଶଗ୍ରହଣକାରୀ ବିଦ୍ୟାର୍ଥୀଗଣ ସଙ୍କଳ୍ପ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସ୍ବରୂପ ମିଶ୍ର, ସାର୍ଥକ ଷଡ଼ଙ୍ଗୀ, ଦେବୀ ପ୍ରସାଦ ପଣ୍ଡା, ନରେଶ ପାଣିଗ୍ରାହୀ ବିଚାରକ ଭାବେ ପ୍ରତିଯୋଗିତା ଗୁଡ଼ିକର ବିଚାର କରିଥିଲେ। ପ୍ରଶିକ୍ଷକ ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ମିଶନ ପରିଚାଳକ ଏମ୍ ଶୁଭମ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନୀଳମାଧବ ମିଶ୍ର ସହଯୋଗ କରିଥିଲେ।








