
ପୁରୀ, ୨୦/୧ (ଅନିମେଶ ପଟ୍ଟନାୟକ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ବିଶାଳ ପଦଯାତ୍ରା ଶରଧାବାଲି ଠାରୁ ମରିଚକୋଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ବେହେରା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ। ଦେଶକୁ ସ୍ବାଧୀନତା କରିବା ସହ ରାଜାରାଜୁଡା ଓ ଜମିଦାର ଙ୍କ ଶାସନତନ୍ତ୍ର କୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାର ଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କୃତଜ୍ଞ ରାଷ୍ଟ୍ର ତାଙ୍କ ବୀରତ୍ବ, ସାହସ ଓ ଦେଶପ୍ରେମକୁ ସମ୍ମାନ ଜଣାଉଛି । ତାଙ୍କ ଆଦର୍ଶ କୁ ଅନୁସରଣ କରି ପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇ ପାରିବ ବୋଲି ସେ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା, ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷା ହରପ୍ରିୟା ଦାଶ,ଜିଲ୍ଲା ସ୍କୁଲର ପ୍ରାକ୍ତନ ପିଇଟି ଗୋପାଳ ଚନ୍ଦ୍ର ପରିଡା,ଏନଏସଏସ ଅଫିସର ଗୋଲକ ବିହାରୀ ପଲାଇ, ବିଭିନ୍ନ ଶିକ୍ଷାନୁଷ୍ଠାନ ର କ୍ରୀଡା ଶିକ୍ଷକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା କାର୍ଯ୍ୟାଳୟ ର ସୌମ୍ୟ ରଞ୍ଜନ ପୂଜାରୀ, ଦିବାକର ପଟ୍ଟନାୟକ ,କୁନା ବେହେରା ପ୍ରମୁଖ ଯୋଗ ଦେଇ ପଦଯାତ୍ରାରେ ସହଯୋଗ କରିଥିଲେ।
ରାଜ୍ୟ
ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ; ଶରଧାବାଲିରୁ ବିଶାଳ ପଦଯାତ୍ରା
- Hits: 9








