ପୁରୀ,୨୦/୧ (ଅନିମେଶ ପଟ୍ଟନାୟକ ): - ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ହସକାନ୍ଦ, ଲହୁଲୁହ ଓ ନୃତ୍ଯ ଛନ୍ଦଭରା ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର ମଞ୍ଚସ୍ଥ ହୋଇଥିଲା । କଳାକାର ଓ ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ଏକତ୍ରୀତ ହୋଇ ରବିବାର ସଂଧ୍ଯାରେ ଆନନ୍ଦ ଉଲ୍ଲାସ ଓ ଭାବ ଆଦାନପ୍ରଦାନରେ ହଳଦିପାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ ସତ୍ୟବାଦୀ ଥାନାର ଆଇଆଇସି ସୌମ୍ୟରଞ୍ଜନ ମହାଳିକ,ନାଟକର ନିର୍ଦ୍ଦେଶକ ନଟବର ଆଚାର୍ଯ୍ଯ, ଗ୍ରାମର ବରିଷ୍ଠ ହରିହର ତ୍ରିପାଠୀ, ଉମାଶଙ୍କର ମହାପାତ୍ର, ପୂର୍ବତନ ସରପଞ୍ଚ ଅଶୋକ ରାଉତରାୟ ସାମ୍ବାଦିକ ସୁଧାଂଶୁ ଶେଖର କର ପ୍ରମୁଖ ଉପସ୍ଥିତ ରହି ହଳଦିପାଣି କାର୍ଯ୍ୟକ୍ରମକୁ ଭୂୟଂଶୀ ପ୍ରସଂଶା କରିଥିଲେ । ନାଟକ ନିର୍ଦ୍ଦେଶକ ଶ୍ରୀଆଚାର୍ଯ୍ଯ ନାଟକ ଜୀବନ୍ତ କଥାକୁ ମନେ ପକାଇ କହିଲେ ସମୟର ଚକ ଅବିରତ ବୁଲୁଛି । ସମୟ ଅନୁସାରେ ମଣିଷ କେତେବେଳ କେଉଁ ପରିସ୍ଥିତି ଓ କେଉଁଠି ରହିବ ତାହା ବିଧି ନିର୍ଦ୍ଦିଷ୍ଟ । ସମୟ କହିବ କିଏ କାହାର ନାଟକରେ ଦୁଇ ସାଙ୍ଗଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଥିଲା । କୃଷ୍ଣ ଓ ସୁଦାମ ଦୁଇବନ୍ଧୁ । କୃଷ୍ଣ ର ଦୁଇପୁତ୍ର ଓ ଗୋଟିଏ ଝିଅ । ସୁଦାମ ର ଗୋଟିଏ ପୁଅ ଓ ସ୍ତ୍ରୀ ପରଲୋକରେ । କୃଷ୍ଣ ର ଦୁଇପୁତ୍ର ଅୟସରେ ବଢିବା ସହ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବଢାଇ ପ୍ରଚୁର ଅର୍ଥ ଦେଇଛି । ଅନ୍ଯପକ୍ଷରେ ସୁଦାମ ର ପୁଅ ପାର୍ଥ ଭଲ ପଢିବା ସହ ଚରିତ୍ରବାନ ହୋଇଛି । କୃଷ୍ଣର ଦୁଇପୁତ୍ର ପବିତ୍ର ଓ ନିର୍ମଳ ବିବାହ ପରେ ସମ୍ପୂର୍ଣ୍ଣ ବଦଳି ଗଲେ । ବାପ ମାଆଙ୍କୁ ନପଚାରି ଅଲଗା ରହିଲେ । ଏହି ସମୟରେ କୃଷ୍ଣର ଝିଅ ଗୀତା ବାପା ମାଆଙ୍କ ସେବା କରିଛି । କୃଷ୍ଣର ପୁଅ ମାନେ ଘରସହ ସମ୍ପତ୍ତି ବିକ୍ରୀ କରିଥିବାରୁ କୃଷ୍ଣ ଓ ସତ୍ଯଭାମା ବାରଦୁଆର ଶୁଣ୍ଢିପିଣ୍ଡା ହେଲେ । କୃଷ୍ଣ ର ଝିଅ କାଳକ୍ରମେ ସୁଦାମ ର ପୁଅକୁ ବିବାହ କରିଲା । କୃଷ୍ଣ ସହରରୁ ଗାଁକୁ ଫେରିଲା । କୃଷ୍ଣ ର ଘରକୁ ତାଙ୍କରି ଘରେ କାମକରୁଥିବା ଚାକର ଉଦ୍ଧବ ସେହି ଘର କିଣିଥିଲା । ମାଲିକ ଫେରିବା ପରେ ସମୁଦି ଘରେ ନରହି ତାଙ୍କ ନିଜ ଘର ଚାବି ରହିବା ପାଇଁ ଦେଇଥିଲା । ସମୟର ଚକ୍ରରେ ଯିଏ ଯୁଆଡେ ବୁଲିଥିଲେ ମଧ୍ଯ ଶେଷରେ ଜନ୍ମ ମାଟି ଶ୍ରୀରାମଚନ୍ଦ୍ରପୁର ଗାଁରେ ଦୁଇ ବନ୍ଧୁ ଶେଷ ପର୍ଯ୍ୟନ୍ତ ରହିଥିଲେ । ଏହି ଅବସରରେ ସତ୍ଯବାଦୀ ଆଇଆଇସି ସୌମ୍ୟରଞ୍ଜନ ମହାଳିକ, ନାଟ୍ଯ ନିର୍ଦ୍ଦେଶକ ନଟବର ଆଚାର୍ଯ୍ଯ, ସାମ୍ବାଦିକ ସୁଧାଂଶୁ ଶେଖର କରଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଗ୍ରାମର ବରିଷ୍ଠ ନାଗରିକ କବି ରଞ୍ଜନ ମିଶ୍ର ନାଟକ ଜୀବନ୍ତ ଉପରେ କବିତା ଆବୃତ୍ତି କରିଥିଲେ । ସଦସ୍ଯ ମାନଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ ଅତିଥି ଓ କଳାକାର । ନାଟକରେ କଳାକାର ଭାବେ ସୁଧାକର ତ୍ରିପାଠୀ ଶ୍ରୀପତି ଦାଶ ,ସତ୍ୟପ୍ରକାଶ ଦାଶ,ଜଗନ୍ନାଥ ମିଶ୍ର , କାଳିପ୍ରସାଦ ମିଶ୍ର ,ସୁବ୍ରତ କୁମାର ନନ୍ଦ ,ରାମକୃଷ୍ଣ ଦାଶ, ସତ୍ଯନାରାୟଣ ମହାପାତ୍ର , ବିଶ୍ବଜିତ ମିଶ୍ର , ଅଖିଳ ନିଖିଳ ରଞ୍ଜନ ମିଶ୍ର , ସଂବୀତ କେଶରୀ ଦାଶ ,ଅବିନାଶ ତ୍ରିପାଠୀ , ବିଶ୍ବରଞ୍ଜନ ନନ୍ଦ ସୌମ୍ୟରଞ୍ଜନ ମିଶ୍ର , ଶିଶୁ କଳାକାର ଅଙ୍କିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କ୍ଲବର ସଭାପତି ପ୍ରଶାନ୍ତ କୁମାର ନନ୍ଦ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ , ଯୁଗ୍ମ ସମ୍ପାଦକ ପବିତ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର, ସତ୍ଯନାରାୟଣ ନନ୍ଦ, ଆଶୁତୋଷ ତ୍ରିପାଠୀ, ଶ୍ରୀରାମ ନନ୍ଦ, ସିଦ୍ଧାର୍ଥ ଦାଶ ଜ୍ଯାତି ପ୍ରକାଶ ମିଶ୍ର, ଦିଲ୍ଲୀପ ମିଶ୍ର ଓ ମାନସ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନାଟକ ତ ସରିଯାଇଛି କଳାକାର ଓ ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ଏକାଠି ରହି ଆଗକୁ ଆହୁରି ନୂତନ କାର୍ଯ୍ୟକ୍ରମ ସହ ଚଳିତବର୍ଷ ନାଟକ ଓ ଦୋଳପୂର୍ଣ୍ଣିମା ଦିନ ଜାତୀୟସ୍ତରର ଭଲିବଲ ଟୁର୍ଣ୍ଣାମେଣ୍ଟ କରାଯିବ ଏଥିରେ ସମସ୍ତେ ଉପସ୍ଥିତ ରହି ସହଯୋଗ କରିବାକୁ କ୍ରୀଡାବିତ ପ୍ରଭାକର ତ୍ରିପାଠୀ ଅନୁରୋଧ କରିଥିଲେ । ଶ୍ରୀରାମଚନ୍ଦ୍ରପୁର ଗ୍ରାମ ସାଂସ୍କୃତିକ ପରିଷଦ ଓ ଡ୍ରାମାଟିକ କ୍ଲବର ସମସ୍ତ ସଦସ୍ଯ ମାନେ ଏକତ୍ରିତ ବସି ହଳଦିପାଣିର ମଜା ଉଠାଇବା ସହ ଆପାୟିତ କରାଯାଇଥିଲା ।
ରାଜ୍ୟ
ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ହଳଦିପାଣି ଉତ୍ସବ
- Hits: 5








