ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ମହାନ୍ ବରିଷ୍ଠ ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ଅନେକ ବରିଷ୍ଠ ,ଗରିଷ୍ଠ କଳାକାର,ବୁଦ୍ଧିଜୀବି, ସମାଜସେବୀ,ସାମ୍ବାଦିକ ଓ ବନ୍ଧୁପରୀଜନ ।
ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳ ପରିସର କଣ୍ଟା ଡୋର ଗ୍ରାମର ମହାନ ବରିଷ୍ଠ ଗୁରୁ ସ୍ବର୍ଗତ ତ୍ରିନାଥ ସ୍ୱାଇଁ ଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବହୁ କଳାକାର ,ବୁଦ୍ଧିଜୀବୀ, ସମାଜସେବୀ ,ସମ୍ବାଦିକ ବନ୍ଧୁ ପରିଜନ ଉପସ୍ଥିତ ରହି ଅନ୍ତରାତ୍ମା ସଦଗତି ପାଇଁ ପାର୍ଥନା କରିଥିଲେ।ଏହି ଶୋକ ସଭାରେ ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ ଅଚ୍ୟୁତା ନନ୍ଦ ସାହୁ,, ଗଞ୍ଜାମ ଜିଲ୍ଲା କଳାକାର ସଙ୍ଘ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ,ବରିଷ୍ଠ ଗୁରୁ ଶ୍ରୀଯୁକ୍ତ ନବଘନ ପରିଡା, ଗୁରୁ ଶ୍ରୀଯୁକ୍ତ ରଙ୍କ ନିଧି ବେହେରା,ଶ୍ରୀଯୁକ୍ତ ନିକୁଞ୍ଜ ଖଣ୍ଡୁଆଳ,ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ କାଳୁ ଚରଣ ସାହୁ, ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ ସଭା ପତି ଶ୍ରୀଯୁକ୍ତ ବବ୍ରୁ ବାହାନ ଗୌଡ଼ ଏବଂ କମିଟି କର୍ମ କର୍ତ୍ତା ସଦସ୍ୟ ସଦସ୍ୟା ପୁରୁଷୋତ୍ତମ ମହାପାତ୍ର, ଏବଂ ବହୁ ସାମ୍ବାଦିକ ବନ୍ଧୁଗଣ ସହିତ ବହୁ ବର୍ଗର କଳାକାର, ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ କଳାକାର ତଥା କଣ୍ଟାଡୋର ଗ୍ରାମବାସୀ ବୃନ୍ଦ, କଣ୍ଟା ଡୋର ଗ୍ରାମର ଶ୍ରୀ ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ ଅନୁଷ୍ଠାନ କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ।ଆସିଥିବା ଅତିଥିମାନେ ଏହି ମହାନ କଳାକାର ଙ୍କ ଗୁଣଗାନ କରିବା ସହ ଭାରତ ଲୀଳା ଲୋକ ନୃତ୍ୟ ର ବିକାଶ ପାଇଁ ତାଙ୍କ ଅବଦାନ କୁ ମନେ ପକାଇଥିଲେ। ସୂଚନାଯୋଗ୍ୟ ଯେ ସ୍ବର୍ଗତ ତ୍ରିନାଥ ସ୍ୱାଇଁ ନିଜର ତିରିଶ ବର୍ଷ ଧରି ଭାରତ ଲୋକ ନୃତ୍ୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଏମିତିକି ଅନେକ ଭାରତ ଲୀଳା କଳାକାର ମଧ୍ୟ ସୃଷ୍ଟି କରିଛନ୍ତି। ଶେଷ ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଏବଂ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ସରକାର ଲୋକ କଳା ଓ କଳାକାର ଙ୍କ ବିକାଶ ନିମନ୍ତେ ଅନେକ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତ କଳାକାର କୁ ଚିହ୍ନଟ କରିବା, ତାଙ୍କୁ ଆର୍ଥିକ ସହଯୋଗ ସହ ବୟସର ଶେଷ ସମୟରେ କଳାକାର ଭତ୍ତା ଖଣ୍ଡିଏ ଜୋଗାଇଦେବାକୁ ଅକ୍ଷମ ବୋଲି ଆଜି ଏହି ସଭାରେ ଅନେକ କ୍ଷୋଭ ଭରା ମନ୍ତବ୍ୟ ରଖିଥିଲେ। କାରଣ ଗଞ୍ଜାମ, ଘୁମୁସର ମାଟି ଲୋକକଳା, ଲୋକନୃତ୍ୟ ନିମନ୍ତେ ଦିନେ ଦେଶ ବିଦେଶରେ ମଧ୍ୟ ସୂନାମଧନ୍ୟ ସୁଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ନାମକୁ ମାତ୍ର କିଛି କଳାକାର ନିଜକୁ ଲୋକ କଳାକାର ଭାବେ ପରିଚୟ ସୃଷ୍ଟି କରି , ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଉଛନ୍ତି ଓ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସରକାରୀ ପୁରସ୍କାର ମଧ୍ୟ ହାସଲ କରୁଛନ୍ତି। କିନ୍ତୁ ପ୍ରକୃତ ଉପଯୁକ୍ତ ଓ ବୟୋଜ୍ୟେଷ୍ଠ କଳାକାର ମାନେ ଏବେବି ଏଥିରୁ ବଞ୍ଚିତ ହେଉଛନ୍ତି ଏବଂ ଏଥିରେ କେଉଁଠି ନା କେଉଁଠି କାହାର ନିଶ୍ଚୟ ତୃଟି ରହୁଅଛି,ବୋଲି ଆଜି ଏଠାରେ ଅନେକ କଳାକାର ନିଜ ନିଜ ମନ୍ତବ୍ୟ ରଖିଥିଲେ। ତେଣୁ ସବୁ ଦୃଷ୍ଟିରୁ ତର୍ଜମା କଲେ ଦେଖିବାର ବାକି ରହିଲା ମାନ୍ୟବର ସରକାର କେବେ ଏଥିପ୍ରତି ଧ୍ୟାନ ଦେବେ ଏବଂ ଉପଯୁକ୍ତ ଓ ପ୍ରକୃତ କଳାକାର ଟିଏ ତାର ନ୍ୟାର୍ଯ୍ୟ ଅଧିକାର ପାଇପାରିବ। ଆଜିର ଏହି ମହାନ୍ କଳାକାରଙ୍କ ଦ୍ଵାଦସାହ ଶୋକ ସଭା କାର୍ଯ୍ୟ କୁ ଶ୍ରୀ ନୀଳକଣ୍ଠେଶ୍ୱର ନାଟ୍ୟ ସଂସଦ ଅନୁଷ୍ଠାନ ସଭାପତି ତଥା ଲୋକ ନୃତ୍ୟ କଳାକାର କେଶବ ଆଚାର୍ଯ୍ୟ ପରିଚାଳନା କରିଥିଲେ।
ରାଜ୍ୟ
ଭାରତ ଲିଳା ଗୁରୁ ସ୍ଵର୍ଗତ ତ୍ରିନାଥ ସ୍ଵାଇଁ ଙ୍କ ଦ୍ଵାଦସାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁ ବରିଷ୍ଠ କଳାକାର
- Hits: 20











