ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ମନ୍ଦିରର ପଶ୍ଚିମ ଦ୍ଵାରରେ ଅବସ୍ଥିତ ଅଧିକାରୀ ସାହିର ବାସିନ୍ଦା ଶ୍ରୀ ରଘୁନାଥ ଜିଉଙ୍କ ମହାସୁଆର ହୃଦୟାନନ୍ଦ ପଣ୍ଡାଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସ୍ବର୍ଗତ ହୃଦୟାନନ୍ଦ ପଣ୍ଡା ଦୀର୍ଘ ବର୍ଷ ଧରି ରଘୁନାଥ ଜିଉଙ୍କ ମହାସୁଆର ଭାବେ କାର୍ଯ୍ୟ କରି ଆସୁଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ଜ୍ୟେଷ୍ଠପୁତ୍ର ସୁବ୍ରତ କୁମାର ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ । ମୃତ୍ୟୁ ସମୟରେ ପାଖରେ ସ୍ତ୍ରୀ, ପୁଅ, ବୋହୂ ଓ ନାତି ଉପସ୍ଥିତ ରହିଥିବା ବେଳେ ତାଙ୍କର ବିୟୋଗରେ ସେବାୟତ ସମାଜ ସହିତ ଓଡ଼ଗାଁ ଏବଂ ଆଖପାଖ ଅଞ୍ଚଳରେ ଲୋକେ ଶୋକ ପ୍ରକାଶ କରିଛନ୍ତି।
ରାଜ୍ୟ
ଓଡ଼ଗାଁ ଶ୍ରୀ ରଘୁନାଥଙ୍କ ମହାସୁଆରଙ୍କ ପରଲୋକ
- Hits: 113











